୧କିଲୋ ସୁନା ଓ ୭ କିଲୋ ଚାନ୍ଦିରେ ନିର୍ମିତ ଭଗବାନ ରାମଙ୍କ ‘ପାଦୁକ’

0

ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭଗବାନ ରାମଙ୍କ ନବନିର୍ମିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋବ । ଏହାକୁ ନେଇ ରାମନଗରୀରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପ୍ରାଣ ପ୍ରତିଷ୍ଠା ପରେ ଭଗବାନଙ୍କ ଚରଣ ପାଦକୁ ମନ୍ଦିରରେ ସ୍ଥାପନ କରାଯିବ । ବର୍ତ୍ତମାନ ପାଦୁକାକୁ ସାରା ଦେଶରେ ପରିକ୍ରମା କରାଯାଉଛି । ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୧୯ରେ ଏହା ଅଯୋଧ୍ୟାରେ ପହଞ୍ଚିବ।

ଭଗବାନ ରାମଙ୍କର ଏହି ପାଦୁକାଦ୍ୱୟକୁ ହାଇଦ୍ରାବାଦର ଶ୍ରୀଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ତିଆରି କରିଛନ୍ତି। ଗତକାଲି ଏହାକୁ ରାମେଶ୍ୱର ଧାମରୁ ଅହମ୍ମଦାବାଦ ଅଣାଯାଇଛି। ଏହାକୁ ଏସ୍‌.ଜି. ରାଜପଥସ୍ଥିତ ତିରୁପତି ବାଲାଜୀ ମନ୍ଦିରରେ ଦର୍ଶନ ପାଇଁ ରଖାଯାଇଛି। ସେଠାରୁ ସୋମନାଥ ଜ୍ୟୋତିର୍ଲିଙ୍ଗ ଧାମ, ଦ୍ୱାରକାଧୀଶ ନଗରୀ ଏବଂ ଏହାପରେ ବଦ୍ରୀନାଥ ଧାମ ନିଆଯିବ। ଏହି ଚରଣ ପାଦୁକାକୁ ୧ କିଲୋ ସୁନା ଏବଂ ୭ କିଲୋ ଚାନ୍ଦିରେ ତିଆରି କରାଯାଇଛି। ଏଥିରେ ବହୁମୂଲ୍ୟ ରତ୍ନ ବ୍ୟବହୃତ ହୋଇଛି।