ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକରେ ଏହି ବର୍ଷ ମହାଆଡମ୍ବରରେ ପାଳନ ହୋଇଛି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କର ଜନ୍ମ ଉତ୍ସବ । ବିଷମକଟକ ହିନ୍ଦୁ ପରିଷଦ ଓ ଶ୍ରାରୀମ ନବମୀ ଆୟୋଜନ କମିଟି ତତଫରୁ ଆୟାଜନରେ ବିଷମ କଟକ ସହର ର।ମମୟ ହୋଇଥିଲା। ରାମନବମୀରେ ବିଷମ କଟକ ରାମ ମନ୍ଦିରଠାରେ ସମସ୍ତ ନିତିକାନ୍ତି ସହ ପୂଜାର୍ଚ୍ଚନା କରଯାଇଥିଲା। ସକାଳ ସମୟରେ ଶ୍ରୀ ରାମଙ୍କ ଫୋଟ ସହ ସୁସଜ୍ଜିତ ରଥରେ ଭଗବାନ ଶ୍ରୀରାମ,ହନୁମାନ ଆଦି ଭେଶଭୁଷା ସହ ସଂକୀର୍ତ୍ତନ ମଣ୍ଡଳୀ ଡିଜେ ବାଜା ସହ ସହ ସହ ଭକ୍ତ ବିଶାଳ ଜନ ସମାଗମ ଶ୍ରୀରାମ ମନ୍ଦିର ଠାରୁ ବାହାରି ବିଷମ କଟକ ସହର ପରିକ୍ରମା କରି ପୁଣି ରାମମନ୍ଦିର ରେ ପହଞ୍ଚିଥିଲେ ,ପରିକ୍ରମା ସମୟରେ ପ୍ରାୟ ପ୍ରତେକ ଘରେ, ପ୍ରତେକ ସାହି ମାନଙ୍କରେ ଭଗବାନ ଶ୍ରୀ ରାମ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା ,ମଧ୍ୟ।ନ ସମାୟରେ ଶ୍ରଦ୍ଧାଳୁ ଙ୍କ ପାଇଁ ଅର୍ଣ୍ଣପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା , ସନ୍ଧ୍ୟା ସମୟରେ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ରେ ଶ୍ରୀ ରାମ ଭଜନ ଡିଜେ ବାଜା ସହ ସହସହ ଲୋକ ଗେରୁଆ ରଙ୍ଗର ପତକା ଧରି ପଦଯାତ୍ରା ରେ ସହର ପରିକ୍ରମା କରିଥିଲେ । ଏହି ସମୟରେ ଶ୍ରୀରାମଙ୍କ ଧୋନିରେ ବିଷମ କଟକ ସହର କମ୍ପିଥିଲା ଏହା ସହ ଗେରୁଆ ରଙ୍ଗରେ ସହର ରାମ ମୟ ପରିବେଶ ହୋଇଯାଉଥିଲା।