ଭୁବନେଶ୍ୱର; ଆଜିଠୁ ଆରମ୍ଭ ହୋଇଯାଇଛି ରମଜାନ । ଇସଲାମର ସବୁଠାରୁ ପବିତ୍ର ମାସ ରମଜାନ । ଆଧ୍ୟାତ୍ମିକ ,ଭକ୍ତି ଓ ପ୍ରାର୍ଥାନର ମାସ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରହି ନମାଜ ପାଠ କରିଥାନ୍ତି । ମାସେ ଧରି ଚାଲିବ ଏହି ଧର୍ମମାସ। ସକାଳୁ ମସଜିଦରେ ଏକାଠି ହୋଇ ସମୂହ ନମାଜ ପାଠ କରନ୍ତି ମୁସଲମାନମାନେ। ସଂଧ୍ୟା ପର୍ୟ୍ୟନ୍ତ ସେମାନେ ଏପରି ଉପାସରେ ରହନ୍ତି । ସଂଧ୍ୟାରେ ହୁଏ ଇଫତାର ପାର୍ଟି। ତା ସହିତ ଦାନ ଧର୍ମ କରନ୍ତି ସେମାନେ। ରମଜାନ ମାସକୁ ନେଇ ବେଶ୍ ଉତ୍ସାହିତ ମୁସଲମାନମାନେ।