ରମାଦେବୀର ଦ୍ୱତୀୟ କ୍ୟାମ୍ପସ

0

(ସୌମ୍ୟ ରଂଜନ ସେଠୀ) : ଗୋଠପାଟଣାଠାରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ହେବ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ସୂଚନା ଦେଇଛନ୍ତି । ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଛାତ୍ରୀନିବାସ ଉଦଘାଟନ କରିବା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇ କହିଛନ୍ତି ଯେ, ୩୦ ଏକର ଜମି ଏଥିପାଇଁ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ବିଶ୍ୱ ବିଦ୍ୟାଳୟର କୁଳପତି ଶ୍ରୀମତି ପଦ୍ମଜା ମିଶ୍ର ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ପାଇଁ ଅନେକ ବିବାଦ ଉପୁଜିଥିଲା। ପ୍ରଥମେ ରାଜ୍ୟ ସରକାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ। ମାତ୍ର ଉଚ୍ଚଶିକ୍ଷା ବିଭାଗର ନିଷ୍ପତିକୁ ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସଂଗଠନ ଘୋର ବିରୋଧ କରିଥିଲେ। ଏପଟେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ରାସ୍ତାରେ ଟାୟାର ଜାଳି ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ଦାବି କରିଥିଲେ। ଦୀର୍ଘ ସମୟ ଧରି ବିବାଦ ଓ ଉତ୍ତେଜନା ଦେଖାଯିବା ପରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଗୋଠପାଟଣାଠାରେ ହେବ ବୋଲି ସରକାର ନିଷ୍ପତି ।