ଚଣ୍ଡୀଗଡ଼ : ଶିଷ୍ୟ ରଞ୍ଜିତ ସିଂଙ୍କୁ ହତ୍ୟା କରିବା ଘଟଣାରେ ରାମରହିମ ସିଂଙ୍କୁ ହତ୍ୟା ଅଭିଯୋଗରେ ଦେଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲରେ ସିବିଆଇ ପର୍ଦ୍ଦାଫାସ କରିଛି । ରାମରହିମଙ୍କ ଡେରା ଙ୍କ ପରିଚାଳିତ ୧୦ ଜଣିଆ କମିଟିରେ ରଞ୍ଜିତ ସିଂ ସଦସ୍ୟ ଥିଲେ । ସେ ଜୁଲାଇ ୧୦ ତାରିଖ ୨୦୦୨ରେ ଚାରି ଜଣ ବନ୍ଧୁକଧାରୀ ତାଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟା ପଛରେ ରାମରହିମଙ୍କ ହାତ ଥିବା ନେଇ ରାମରହିମଙ୍କ ବିରୋଧରେ ମାମଲା ଦାୟର କରିିଥିଲେ । ସାଧବି ମାନଙ୍କୁୁ ଯୌନ ଶୋଷଣ କରିବା ନେଇ ରଞ୍ଜିତ ସିଂହ ଏକ ରହସ୍ୟଜନକ ଚିଠି ଲେଖିବା ନେଇ ଡେରା ପ୍ରବନ୍ଧନଙ୍କୁ ସନ୍ଦେହ ହେବା ପରେ ରଞ୍ଜିତ ସିଂହଙ୍କୁ ହତ୍ୟା କରାଯାଇଥିଲା ।
ସୂଚନାଯୋଗ୍ୟ ରାମରହିମ ସିଂ ଯୌନ ଶୋଷଣ ମାମଲାରେ ସେ ୨୦ ବର୍ଷ କାରାଦଣ୍ଡ ଭୋଗିସାରିଛନ୍ତି । ତେବେ ବର୍ତ୍ତମାନ ପତ୍ରକାର ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରିବା ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।