ବିବାହ ପାଇଁ ଉତ୍ସାହିତ ବାଜିରାଓ-ମସ୍ତାନି

0

(ମମତା ସାମଲ): ବଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡି ରଣବୀର ସିଂହ ଓ ଦୀପିକା ପାଦୁକୋନ ନଭେମ୍ବର ପ୍ରଥମ ସପ୍ତାହରେ ଇଟାଲୀର ଏକ ଦ୍ୱୀପରେ ବିବାହ କରିବେ ବୋଲି ଶୁଣାଯାଉଛି । ବାନ୍ଦ୍ରାରେ ରଣବୀରଙ୍କ ଘରର ଆଭ୍ୟନ୍ତରୀଣ ସାଜସଜ୍ଜା କାମ ମଧ୍ୟ ଶେଷ ପର୍ୟ୍ୟାୟରେ। ସମ୍ପୂର୍ଣ୍ଣ ଭାରତୀୟ ଢାଞ୍ଚାରେ ତାଙ୍କ ଘର ଡିଜାଇନ୍ ହେଉଛି। ଦୁହେଁ ଯଦିଓ ଭାରତରେ ବିବାହ କରିବାକୁ ପ୍ରଥମେ ଯୋଜନା କରିଥିଲେ, କିନ୍ତୁ ଗଣମାଧ୍ୟମର ଆତୁରତା ଦେଖି ପରେ ସ୍ଥାନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ। ରାମ୍ବୋ ରଣବୀର ନିଜ ଆଗାମୀ ଚଳଚ୍ଚିତ୍ରର ସୁଟିଂ କାମ ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ସମାପ୍ତ କରିବାର ଯୋଜନା ରଖିଛନ୍ତି। ଅନ୍ୟପାଖେ ଦୀପିକାଙ୍କ ନିକଟରେ ଫୁରସତ୍ ନାହିଁ। ଅନେକ ବିଜ୍ଞାପନର ସୁଟିଂ ନଭେମ୍ବର ପ୍ରଥମ ସପ୍ତାହରେ ହେବାର ଅଛି। ଏଣୁ ବିବାହ ପାଇଁ ମାତ୍ର ଗୋଟିଏ ସପ୍ତାହର ବିରତି ଦୀପିକା ନେବେ ବୋଲି ଶୁଣାଯାଉଛି। ଦୀପିକାଙ୍କ ପରିବାର ଲୋକେ ବେଙ୍ଗାଲୁରୁରେ ମଧ୍ୟ ବିବାହ ପରେ ଏକ ଭବ୍ୟ ଭୋଜିର ଆୟୋଜନ କରିବେ। ଦୁହେଁ ବିବାହ ପାଇଁ ଖୁବ୍ ଉତ୍ସାହିତ ଥିବାବେଳେ ସମୟ ଅଭାବ ପାଇଁ ଚିନ୍ତାରେ ଥିବାର ପ୍ରକାଶ।