ରାନୁଙ୍କ ପାଇଁ ଦେବଦୂତ ସାଜିଲେ ଅତିନ୍ଦ୍ର ଚକ୍ରବର୍ତ୍ତୀ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ବର୍ତମାନ ବଲିଉଡ଼ର ସଙ୍ଗୀତ ଦୁନିଆରେ ଛାଇଯାଇଛନ୍ତି ରାନୁ ମଣ୍ଡଳ । ତାଙ୍କର ସ୍ୱରରେ ସମସ୍ତେ ବିମୋହିତ । ବଲିଉଡ ଅଭିନେତା ତଥା ଗାୟକ ହିମେଶ ରେଶମିୟା ଙ୍କ ଅପକମିଂ ଫିଲ୍ମ “ହେପି, ହାର୍ଡି ଏଣ୍ଡ ହୀର”ତେରି ମେରି କାହାନୀ ଗୀତ ଗାଇ ସେ ନିଜ କଣ୍ଠର ଜଲୱା ଦେଖାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି । ଏଥିରେ ତାଙ୍କ ଫ୍ୟାନ୍ ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
ଋାନୁ ମଣ୍ଡଳ ଯାହାଙ୍କର ସଙ୍ଗୀତ ଦୁନିଆ ସହିତ କୌଣସି ସଂପର୍କ ହିଁ ନଥିଲ କି ସେ କୌଣସି ତାଲିମ ମଧ୍ୟ ନେଇଥିଲେ ହେଲେ ସେ ଆଜି ବଲିଓଡର ଷ୍ଟିଡ଼ିଓରେ ନିଜର ସ୍ୱର ଜାଦୁ ଦେଖାଇଛନ୍ତି । ରାନୁଙ୍କୁ ଏହି ଜାଗାକୁ ପହଞ୍ଚାଇବାରେ ମଧ୍ୟ କୌଣସି ବଡ଼ ଷ୍ଟାରଙ୍କ ହାତ ନାହିଁ । ତାଙ୍କୁ ଏହି ଜାଗାକୁ ପହଞ୍ଚାଇବାରେ ଦେବଦୂତ ସାଜିଛିନ୍ତି ଇଂଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ।
ପୁରା ଘଟଣାଣି ହେଉଛି , ରାନୁ ମଣ୍ଡଳ ପଶ୍ଚିମ ବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାଇ ଚାଲିଥିଲେ । ବଲିଉଡ଼ର କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଗୀତରେ ସେ ଯାତ୍ରୀଙ୍କ ମନକୁ ଝୁମାଉଥିଲେ । ତେବେ ଥରେ ସେ ଲତାଙ୍କ ପ୍ରିୟ ଏବଂ ସବୁ ଶ୍ରୋତାଙ୍କ ପ୍ରିୟ ଗୀତ ‘ଏକ୍‌ ପ୍ୟାର୍‌ କା ନଗ୍‌ମା’ ଗୀତ ଗାଉଥିଲେ । ଯାହାକି ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଏହି ସମୟରେ ଅତିନ୍ଦ୍ର ଚକ୍ରବର୍ତ୍ତୀ ସେଠାରେ ଉପସ୍ଥିତ ଥିଲେ। ଷ୍ଟେସନରେ ଗୀତ ଗାଉଥିବା ସମୟରେ ଅତିନ୍ଦ୍ର ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ। ତା ପରେ ଆରମ୍ଭ ହୋଇଥିଲା ରାନୁ ମଣ୍ଡଳଙ୍କ ପାଇଁ ଫେସବୁକରେ ଲାଇକ୍ , କମେଣ୍ଟ ଓ ସ୍ୱର ୱା ୱା । ଅତିନ୍ଦ୍ର ଜଣେ ସଫ୍ଟୱେର ଇଂଜିନିୟର ଓ ସେ ରାଣାଘାଟର ନିବାସୀ। ଅତିନ୍ଦ୍ରଙ୍କ ଯୋଗୁଁ ଆଜି ରାନୁ ଏହି ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ଗୋଟେ ଭିଡିଓ ରାନୁଙ୍କ ଜୀବନ ବଦଳାଇଦେଲା। ଏବେ ମଧ୍ୟ ଅତିନ୍ଦ୍ର ରାନୁଙ୍କର ବହୁତ ସାହାଯ୍ୟ କରୁଛନ୍ତି।ରାନୁଙ୍କୁ ସୁଯୋଗ ଦେଇଥିବାରୁ ହିମେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅତିନ୍ଦ୍ର ।