(ମୁମ୍ବାଇ) : ଘଞ୍ଚ ଜଙ୍ଗଲ ଭିତରେ ଅଟକିଯାଇଛନ୍ତି ବଲିଉଡର ବାଜିରାଓ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଲେ କି ଆଂଜ୍ଞା ହଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଡଭେଞ୍ଚରରେ । ଜଙ୍ଗଲର ପଶୁପକ୍ଷୀଙ୍କ ମଧ୍ୟରେ ରଣବୀର ସିଂହ ଫସିଗଲେ। କେତେବେଳେ ସେ ପାହାଡ ଚଢ଼ୁଛନ୍ତି ତ ଆଉ କେତେବେଳେ ଜଙ୍ଗଲୀ ଭାଲୁ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡୁଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
ରଣବୀର ନିଜ ଇନ୍ଷ୍ଟାଗ୍ରାମରେ ଏହି ଶୋ’ର ପ୍ରଥମ ଟିଜର ଶେଆର କରିଛନ୍ତି। ଟିଜରରେ ରଣବୀର ନିଜର ଦେଶୀ ସ୍ୱାଗ୍ ଦେଖାଉଥିବା ନଜର ଆସିଛନ୍ତି। ଜଙ୍ଗଲୀ ପଶୁଙ୍କ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ରଣବୀର କସ୍ରତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବେୟର ଗ୍ରିଲ୍ସଙ୍କ ଏହି ଆଡଭେଞ୍ଚର ଶୋ’ ପାଇଁ ତାଙ୍କ ଅବସ୍ଥା ଢ଼ିଲା ହୋଇଯାଇଛି। ଆସନ୍ତା ଜୁଲାଇ ୮ ତାରିଖରୁ ‘ରଣବୀର ସିଂହ ଭର୍ସେଜ ୱାଇଲ୍ଡ’ ଓଟିଟି ପ୍ଲାଟଫର୍ମ ନେଟ୍ଫ୍ଲିକ୍ସରେ ଷ୍ଟ୍ରିମ୍ ହେବ। ଏହି ଶୋ’ର ଶୁଟିଂ ପାଇଁ ରଣବୀର ଜୁଲାଇ ୨୦୨୧ରେ ସର୍ବିଆ ଯାଇଥିଲେ।
ଖୁବଶୀଘ୍ର ରଣବୀର ମୋଷ୍ଟ ପପୁଲାର ବେୟର ଗ୍ରିଲ୍ସଙ୍କ ଶୋ’ ‘ମ୍ୟାନ୍ ଭର୍ସେଜ୍ ୱାଇଲ୍ଡ’ରେ ନଜର ଆସିବେ। ଏଥିପାଇଁ ସ୍ୱତନ୍ତ୍ର ରୂପେ ଏହି ଶୋ’ର ନାକୁ ଏବେ ‘ରଣବୀର ଭର୍ସେଜ ୱାଇଲ୍ଡ’ ନାଁ ଦିଆଯାଇଛି। ଯେଉଁଠି ବେୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଚକ୍କର ଫସିଯାଇଛନ୍ତି ରଣବୀର। କେତେବେଳେ ସେ ଭୟଭୀତ ହୋଇପଡୁଥିବା ନଜର ଆସିଛନ୍ତି ତ ଆଉ କେତେବେଳେ ସେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଛି। ପ୍ରମୋରେ ରଣବୀର ଡ୍ୟାନ୍ସ କରିବା ସହ ‘ବଟନ୍ ଦବାନ୍ତୁ ଓ ମୋ ଜୀବନ ବଞ୍ଚାନ୍ତୁ’ କହିଛନ୍ତି।