(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର : ବିବାହ ପ୍ରଲୋଭନରେ ପୁଣି ଦୁଷ୍କର୍ମ । କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଦେବବ୍ରତ ମିଶ୍ର ନାମକ ଏକ ଯୁବକ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଛି । ତେବେ ବିବାହ ପାଇଁ ଜିଦ୍ ଧରି ବସିବାରୁ ଯୁବକ ହତ୍ୟା ଧମକ ଦେଇଛନ୍ତି । ଫଳରେ ଶେଷରେ ଯୁବତୀ ବିଷ ପିଇ ଗୁରୁତର ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସୁସ୍ଥ ହେବା ପରେ ମହିଳା ଥାନାରେ ଯୁବକଙ୍କ ନାଆଁରେ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଯୁବକକୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ ।
ସୂଚନା ଅନୁଯାୟୀ, ଏକ ଟ୍ରେନିଂ କାର୍ୟ୍ୟକ୍ରମରେ କେନ୍ଦ୍ରପଡ଼ା ଅଞ୍ଚଳର ଦେବବ୍ରତ ମିଶ୍ର ସହ ତାଙ୍କର ଭେଟ ହୋଇଥିଲା। ସେଠାରୁ ବନ୍ଧୁତା ହୋଇଥିଲା। ସମ୍ପର୍କ ବଢ଼ିବା ପରେ ଦେବବ୍ରତ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ଗତ ମାର୍ଚ୍ଚ ୧୯ ତାରିଖରେ ରାତ୍ରି ଭୋଜନ ପାଇଁ ଦେବବ୍ରତ ଯୁବତୀଙ୍କୁ ନିମନ୍ତ୍ରଣ କରି ଏକ ହୋଟେଲରେ ରାତ୍ରି ଯାପନ କରିବା ପାଇଁ ବାଧ୍ୟ କରିବା ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲା। ଏହାପରେ ଘର ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା। ପୀଡ଼ିତା ବିବାହ ପାଇଁ ଚାପ ପ୍ରୟୋଗ କରିବା ସତ୍ତ୍ବେ ସେ ବିବାହ କରିନଥିଲା।