(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଯୁବତୀଙ୍କୁ ସାହାଯ୍ୟ ଦେବା ନେଇ ପୋଲିସ କନେଷ୍ଟବଳ ବଳପୂର୍ବକ ଉଠାଇ ନେଇ ପୁରୀରେ ଗଣବଳାତ୍କାର କରିବା ଘଟଣା ସମ୍ପୂର୍ଣ୍ଣ ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଗଣଦୁଷ୍କର୍ମ ଘଟଣାର ୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କଲା ପୋଲିସ। ଫାଷ୍ଟ୍ ଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି ପାଇଁ ନିବେଦନ କରାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀ ସହ ଆଉ ୫ ଗିରଫ ହୋଇଛନ୍ତି।
ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନିମାପଡ଼ା ବସ ଷ୍ଟାଣ୍ଡରେ ଜଣେ ଯୁବତୀ କାକଟପୁର ନିଜ ଘରକୁ ଯିବାକୁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ କାରରେ ଚାରି ଜଣ ଆସି କାକଟପୁର ଘରକୁ ଛାଡ଼ି ଦେବା କହି ଉଠାଇ ନେଇଥିଲେ। ଅଭିଯୁକ୍ତ ପୋଲିସର ପରିଚୟ ଦେଇଥିଲେ। ନିମାପଡ଼ାରୁ ଉଠାଇ ଅଭିଯୁକ୍ତମାନେ ପୁରୀ ନେଇ ଆସିଥିଲେ। ସେଠାରେ ଝାଡ଼େଶ୍ଵରୀ ମନ୍ଦିର ନିକଟସ୍ଥ ପୋଲିସ କ୍ଵାର୍ଟର୍ସରେ ଯୁବତୀଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ତେବେ ଯୁବତୀଙ୍କ ସହ ଅମାନୁଷିକ କାଣ୍ଡ କରିଥିବା ବେଳେ ପୀଡିତା ଜଣଙ୍କ ପର୍ସଙ୍କୁ ଅକ୍ତିଆର କରି ନେଇଥିଲେ। ପର୍ସରୁ ଅଭିଯୁକ୍ତ ଜଣକ ଜଣେ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀ ବୋଲି ଜଣା ପଡିଥିଲା।
ଏହାକୁ ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ୨୦ ଦିନ ଭିତରେ ମାମଲାର ଚାର୍ଜସିଟ୍ କରିବାକୁ କହିଥିଲେ। ଏଥିପାଇଁ ୪ ଟି ଟିମ୍ ଗଠନ କରାଯାଇଥିଲା। ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି କୁମ୍ଭାରପଡା ପୋଲିସ ତଦନ୍ତ କରାଯାଇଥିଲା। ଏହା ସହ ଫାଷ୍ଟଟ୍ରାକରେ ବିଚାର କରିବାକୁ ସେ କୋର୍ଟରେ ନିବେଦନ କରିବେ ବୋଲି କହିଥିଲେ।