(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜଣେ ସେନା କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ନିଜ ଭଉଣୀ । ଶ୍ରୀନଗରର ନାଗରେଟା ଥାନାରେ ଅଭିଯୁକ୍ତର ନାବାଳିକା ଭଉଣୀ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲସ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗରୁ ଜଣାପଡିଛି, ନାଗରେଟା ଥାନା ଅଞ୍ଚଳରେ ନାବାଳିକା ତାର ପରିବାର ସହ ବସବାସ କରନ୍ତି । ଗତ ଗୁରୁବାର ରାତିରେ ପରିବାରର ସମସ୍ତେ ଶୋଇପଡିଥିଲେ । ନାବାଳିକା ତାର କୋଠରୀରେ ଶୋଇଥିବା ସମୟରେ ସେନାରେ ନିୟୋଜିତ ତାର ବଡଭାଇ କୋଠରୀରେ ପଶି ତା ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ପୀଡିତା ଅନେକ କାକୁତି ମିନତି ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ କିଛି ଫରକ ପଡିନଥିଲା । ସେ ପୀଡିତା ସହ ଦୁଷ୍କର୍ମ କରିଥିଲା । ତା ପରଦିନ ପୀଡିତା ଏସମ୍ପର୍କରେ ମା ବାପାଙ୍କୁ କହିଥିଲା । ଏହାକୁ ନେଇ ପୀଡିତାକୁ ନେଇ ଅଭିଭାବକ ଥାନାରେ ଅଭିଯୋଗ ଦାୟର କରିଛନ୍ତି । ଅଭିଯୋଗ ଜଣେ ସେନା କର୍ମଚାରୀ ବିରୋଧରେ ଥିବାରୁ ପୁଲିସ ଆଇପିସି ଧାରା ୩୭୬ ଆଧାରରେ ମାମଲା ରୁଜୁ କରିଛି ଓ ନାବାଳିକାର ଡାକ୍ତରୀ ମାଇନା ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।