ବିସ୍କୁଟ ଖାଇବାକୁ ଦେଇ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

0

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ :  କନ୍ଧମାଳରେ ଲଜ୍ୟା, ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତର ନାମ ଅନନ୍ତ କୁଦେଇ, ତାର ବୟସ ୩୧ବର୍ଷ ବୋଲି ଜଣାପଡ଼ିଛି !ଏଭଳି ଲଜ୍ୟା ଜନକ ଘଟଣା ଘଟିଛି ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ।ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ଏବଂ ପୀଡ଼ିତା ଶିଶୁର ଘର ଗୋଟିଏ ସାହିରେ । ଗତକାଲି ସନ୍ଧ୍ୟା ସମୟରେ ପୀଡ଼ିତା ଶିଶୁଟି ଅଭିଯୁକ୍ତର ଘରକୁ ବୁଲିବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଜଣକ ଶିଶୁକୁ ବିସ୍କୁଟ ଖାଇବାକୁ ଦେଇ ଦୁଷ୍କର୍ମ କରିଥିଲା । ତାପରେ ଶିଶୁଟି ଘରକୁ ଆସି ଅସୁସ୍ଥ ହୋଇପଡ଼ିଥିଲା ।ସଙ୍ଗେ ସଙ୍ଗେ ବାପା ମା ଶିଶୁକୁ ରାତିରେ ଗୋଚ୍ଛାପଡ଼ା ମେଡିକାଲକୁ ନେଇଥିଲେ ଏବଂ ଗୋଚ୍ଛାପଡ଼ା ଥାନାରେ ଏ ନେଇଁ ଏତଲା ଦେଇଥିଲେ ।ସେଠାରୁ ଶିଶୁକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ !ଶିଶୁର ଡାକ୍ତରଖାନାରେ ଚିକିତ୍ସା ଜାରି ରହିଥିବା ବେଳେ ଶିଶୁଟି ବିପଦମୁକ୍ତ ରହିଥିବା ଜଣାପଡ଼ିଛି ।