ଶାଶୁକୁ ଦୁଷ୍କର୍ମ ପରେ ଝିଅକୁ ଛାଡ଼ପତ୍ର ଧମକ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ । ଏପରି ଏକ ଅଭିଯୋଗ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟନ ଗୁଟ୍ଟା ଥାନାରେ । ଶାଶୁକୁ ନିଛାଟିଆ ସ୍ଥାନକୁ ଡ଼ାକି ଦୁଷ୍କର୍ମ କରିଥିଲା ଜ୍ୱାଇଁ । ଦୁଷ୍କର୍ମ ବିଷୟରେ ପ୍ରଘଟ କରିଲେ ଝିଅକୁ ଛାଡ଼ିଦେବ ବୋଲି ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ । ଅଭିଯୋଗକୁ ଭିତ୍ତି କରି ଦୁଷ୍କର୍ମକାରୀ ଜ୍ୱାଇଁକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଉଛି ଭାସ୍କର(୨୭) ।

ସୁଚନାନୁଯାୟୀ, ହାଇଦ୍ରାବାଦର ଚନ୍ଦ୍ରାୟନ ଗୁଟ୍ଟାରେ ଏକ ବର୍ଷ ତଳେ ପୀଡ଼ିତାଙ୍କ ଝିଅକୁ ବିବାହ କରିଥିଲା ଭାସ୍କର । ଗତ ବୁଧବାର ଦିନ ଭାସ୍କର ଶାଶୁକୁ ଏକାନ୍ତ ସ୍ଥାନକୁ ନେଇଯାଇଥିଲା । ସେଠାରେ ଦୁଷ୍କର୍ମ କରିବା ସହ ଘଟଣା ପ୍ରଘଟ କଲେ ଝିଅକୁ ଛାଡ଼ପତ୍ର ଦେବା ପାଇଁ ଧମକ ଦେଇଥିଲା । ଏକଥା ମାଙ୍କ ଠାରୁ ଶୁଣିବା ପରେ ଏଥିରେ ବିଚଳିତ ନହୋଇ ପୀଡ଼ିତାଙ୍କ ଝିଅ ଥାନାରେ ସ୍ୱାମୀ ନାଁରେ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।