ନାବାଳିକାକୁ ଦୁଷ୍କର୍ମ, କାଉଡ଼ିଆ ଗିରଫ

0

(ପ୍ରିୟଦର୍ଶନୀ ସ୍ୱାଇଁ): ବିଶ୍ୱାସ ରହିଛି, ଶ୍ରାବଣ ମାସରେ ଶିବ ଲିଙ୍ଗରେ ଜଳାଭିଷେକ କଲେ ପୂଣ୍ୟ ମିଳିଥାଏ । ଯାହାବି କାମନା ଥାଏ ତାହା ପୂରଣ ହୁଏ । ତେଣୁ ଚଳିତ ମାସଟି ଶ୍ରାବଣ ହୋଇଥିବାରୁ ଲକ୍ଷ ଲକ୍ଷ କାଉଡିଆ ପଦଯାତ୍ରାରେ ବାହାରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟ, ଏହି ପବିତ୍ର କାର୍ଯ୍ୟକରିବାକୁ ଯାଉଥିବା ବେଳେ କିଛି କୁତ୍ସ ମାନସିକତାର ଲୋକ କାମବାସନାଠୁ ନିଜକୁ ଦୂରେଇ ପାରୁନାହାନ୍ତି । ଏହି ପବିତ୍ର ଯାତ୍ରା ସମୟରେ ମଧ୍ୟ ଦୁଷ୍କର୍ମ କରିବାକୁ ପଛ।ଉ ନାହାନ୍ତି । ଏମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରପଡା, ରାଜନଗରରୁ ।
ସୂଚନାଅନୁଯାୟୀ, କେନ୍ଦ୍ରାପଡାର ରାଜନଗର ଥାନା ଅଧୀନ ଅହମ୍ମଦପୁର ଗାଁର ଜଣେ କାଉଡିଆ ଗତ ସପ୍ତାହରେ ଜଳଲାଗି ପାଇଁ ଯାତ୍ରା କରିଥିଲା । ଯାତ୍ରା ସମୟରେ ଅଧା ବାଟରେ ଉକ୍ତ କାଉଡିଆ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ପୀଡିତାର ପରିବାର ପକ୍ଷରୁ ରାଜନଗର ଥାନାରେ ଅଭିଯୋଗ ହୋଇଛି । ଏଥିନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।