ଚାନ୍ଦବାଲି: ଧାମରା ମଝି ସମୁଦ୍ରରୁ ଏକ ଧୀବରଙ୍କ ଜାଳରେ ପଡିଛି ବିରଳ ମାଛ । ମାଛ ଗୋଟାକ ଦାମ ଶୁଣତଲେ ଉଡିଯିବ ହୋସ । ଗୋଟାଏ ମାଛର ଦାମ ୫ଲକ୍ଷ ୩୩ ହଜାର ଟଙ୍କା । ଆପଣଙ୍କୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । ମାଛଟି ୨୬ କିଲୋ ହୋଇଥିବା ବେଳେ ଏହାର କେଜି ପ୍ରତି ୨୦ ହଜାର ୫୦୦ ଟଙ୍କା ମୂଲ୍ୟ ରହିଛି। ତେବେ ଏହି ୨୬ କିଲୋ ମାଛର ମୂଲ୍ୟ ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି।
ତେବେ ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ଏକ ଧୀବର ଏହି ବିରଳ ମାଟିଆ ତେଲି ମାଛ ଟିକୁ ଧରି ଥିବା ଜଣାପଡିଛି।ଏହି ମାଛକୁ ଧାମରା ଚନ୍ଦିନୀପାଳ କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇଥିବା ବେଳେ ଏହାକୁ ବିଦେଶୀ କମ୍ପାନୀକୁ ସେ ବିକ୍ରି କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ଏମିତି ଅନେକ ତେଲିଆ ମାଛ ଧୀବରଙ୍କ ଜାଲରେ ପଡ଼ିଛି ସବୁ ମାଛ ଠାରୁ ଏହି ତେଲିଆ ମାଛର ଚାହିଦା ଅଧିକ ଥିବା ବେଳେ ଏଭଳି ମାଛ ବହୁତ କମ୍ ମିଳିଥାଏ ତେଣୁ ଏହି ଭଳି ତେଲିଆ ମାଛର ମୂଲ୍ୟ ଅଧିକ ରହିଥିବା କହିଛନ୍ତି ମସ୍ୟଜୀବୀ।