ଝାଡଖଣ୍ଡ ଜଙ୍ଗଲରେ ଏକ ବିରଳ ବିଲୁପ୍ତପ୍ରାୟ ପ୍ରଜାତିର ବୁଢିଆଣୀ
ଦେଶ ତଥା ବିଶ୍ବରେ ୧୦୪ ବର୍ଷ ପରେ ଝାଡଖଣ୍ଡର ଜଙ୍ଗଲରେ ଏକ ବିରଳ ବିଲୁପ୍ତପ୍ରାୟ ପ୍ରଜାତିର ବୁଢିଆଣୀ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ହିମାଚଳ ପ୍ରଦେଶର କୁଲୁ ଟୈରଣ୍ଟୁଲା ଗୋଷ୍ଠୀର ଏହି ବୁଢିଆଣୀ ପ୍ରଥମ ଥର ପାଇଁ ୧୯୧୭ ମସିହାରେ ମିଳିଥିଲା ।
(ଦିଲ୍ଲୀ) : ଦେଶ ତଥା ବିଶ୍ବରେ ୧୦୪ ବର୍ଷ ପରେ ଝାଡଖଣ୍ଡର ଜଙ୍ଗଲରେ ଏକ ବିରଳ ବିଲୁପ୍ତପ୍ରାୟ ପ୍ରଜାତିର ବୁଢିଆଣୀ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ହିମାଚଳ ପ୍ରଦେଶର କୁଲୁ ଟୈରଣ୍ଟୁଲା ଗୋଷ୍ଠୀର ଏହି ବୁଢିଆଣୀ ପ୍ରଥମ ଥର ପାଇଁ ୧୯୧୭ ମସିହାରେ ମିଳିଥିଲା । ଏହି ବିରଳ ବୁଢିଆଣୀ ସରଣ୍ଡା ସ୍ଥିତ ଫରେଷ୍ଟ ରେଷ୍ଟ ହାଉସରେ ଏବଂ ସେଲ୍ ର ମେଘାଳୟ ବିଶ୍ରାମ ଗୃହରେ ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ , ଏହି ବୁଢିଆଣୀ ଦେଶରେ ତୃତୀୟ ଥର ଏବଂ ଝାଡଖଣ୍ଡରେ ଦ୍ୱିତୀୟ ଥର ପାଇଁ ମିଳିଛି । କିଛି ଦିନ ପୂର୍ବରୁ ଏହା ଜାମସେଦପୁରରେ ମଧ୍ୟ ଦେଖିବାକୁ ମିଳିଥିଲା ଯାହା ଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ପ୍ରକୃତିର ସଂରକ୍ଷଣ ସଂଘ ଏହାକୁ ୩.୧ ରେଟିଂ ସହିତ ବିଲୁପ୍ତ ବର୍ଗରେ ସ୍ଥାନିତ କରିଛି ।