(ରିପୋର୍ଟସ ଟୁଡ଼େ / ମୃତ୍ୟୁଞ୍ଜୟ ): ଆଜି ଗୃହରେ ଉଠିଲା ଖାଦ୍ୟ ସୁରକ୍ଷା ଆଇନ ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେମାନଙ୍କ କହିବା ଅନୁସାରେ ବାସ୍ତବରେ ଯେଉଁମାନେ ଏହି ଯୋଜନା ପାଇବା କଥା ସୋମନେ ପାଉଁନାହାନ୍ତି । ଗରିବ ଚାଷୀ ଏହି ଯୋଜନାରୁ ବାଧ ପଡ଼ୁଛନ୍ତି । ବାସ୍ତବରେ ଯେଉଁମାନେ କାର୍ଡ଼ ପାଇବା କଥା ରାଜ୍ୟ ସରକାର ତାଙ୍କର କମ୍ପୁଟର ଅନଲାଇନ ଖୋଲୁନାହିଁ କହି ଭଣ୍ଡାଇଛନ୍ତି ବୋଲି କହିଛନ୍ତି କଂଗ୍ରେସର ତାରା ପ୍ରସାଦବାହିନୀ ପତି ।
ସେହିପରି ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ କହିଛନ୍ତି କି ଦଳୀୟ ଭିତରେ ହୀତାଧିକାରୀ ଚୟନ ପ୍ରକ୍ରିୟା ଚାଲିଛି । ନିଜର ଭୋଟ ବ୍ୟାଙ୍କ ବଢାଇବା ପାଇଁ ବିଜେଡ଼ି ଏପରି କରୁଛି ବୋଲି ସେ କହିଛନ୍ତି ।