ପାର୍ସୀ ରୀତିନୀତିରେ ସଂପନ୍ନ ହୋଇଛି ରତନ ଟାଟାଙ୍କ ଅନ୍ତିମ ସତ୍କାର

0

ମୁମ୍ୱାଇ: ମୁମ୍ୱାଇର ୱର୍ଲି ସ୍ଥିତି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି ‘ରତନ ଟାଟା’ଙ୍କ ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି। ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା ଯାଇନି କି ପୋଡ଼ା ଯାଇନି। ରୀତି-ନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ମରଶରୀରକୁ ଗାଧୋଇ ଦିଆଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା। ପାର୍ସି ପରମ୍ପରା କ୍ରମେ ଶରୀରକୁ ଶବଗୃହରେ ରଖଯାଏ। ସେଠାରେ ଚିଲ-ଶାଗୁଣା ଶବକୁ ଖାଇଥାନ୍ତି। ଏହା ପାର୍ସୀ ପରମ୍ପରାର ନିୟମ ହୋଇଥିବାରୁ ରତନ ଟାଟାଙ୍କ ଶେଷକୃତ୍ୟ ଏହି ଅନୁସାରେ ସମ୍ପନ୍ନ ହୋଇଛି। । ଗୁରୁବାର ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ମୁମ୍ୱାଇର NCPA ଗ୍ରାଉଣ୍ଡରେ ରଖାଯାଇଥିଲା । ଏଠାରେ ହଜାର ହଜାର ସଂଖ୍ୟାରେ ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ ।