ଗୋପ/ରଜନୀକାନ୍ତ ପାତ୍ର: ରଥଯାତ୍ରା ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ପାଇଁ ସବୁ ବିଭାଗ ନିଜ ନିଜର ପ୍ରସ୍ତୁତି ଶେଷ କରିଛନ୍ତି। ରଥନିର୍ମାଣ କାର୍ୟ୍ୟ ୯୫ପ୍ରତିଶତ ସରିଛି। ଚିତ୍ରକାରମାନେ ଶେଷ ପର୍ୟ୍ୟାୟ କାମ କରୁଛନ୍ତି। ଆସନ୍ତା ୮ ତାରିଖରୁ ୩୦୦୦ ସେବାୟତ ଓ ୧୦୦୦ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ। ବଡଦାଣ୍ଡରେ ସେବାୟତଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ବିଶ୍ରାମସ୍ଥଳ,ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଜିଲ୍ଲାପାଳ ରଥଖଳାକୁ ଆସି କାର୍ୟ୍ୟର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତା ନେଇ ଦଇତାପତି ସେଵା ୟତ ମାନେ ରାଜ୍ ପ୍ରସାଦ ବିଜେ ନୀତି ରେ ଗଜପତି ଙ୍କୁ ଜଣାଇବା ପରେ ରଥଯାତ୍ରା ନେଇ ପ୍ରସ୍ତୁତି ଆରଂଭ ହୋଇଛି।
ତେବେ ଚଳିତ ବର୍ଷ କୋଭିଡ କଟକଣା ହେତୁ ବିନା ଭକ୍ତ ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଣୁ ସମସ୍ତ ନୀୟମ ମାନିବାକୁ ଗଜପତି ଭକ୍ତ ଙ୍କୁ କହିଛନ୍ତି। ସେହିପରି ପୁରୀ ଛଡା ଅନ୍ୟ ସ୍ଥାନ ରେ ରଥଯାତ୍ରା ଅୟୋଜନ ବନ୍ଦ ନେଇ ସୁପ୍ରିମକୋର୍ଟ ଙ୍କ ନିସ୍ପତି ଉପରେ ମଧ୍ୟ ମତ ରଖିଛନ୍ତି ଗଜପତି। କହିଛନ୍ତି ପୁରୀ ହେଉଛି ସ୍ୱତନ୍ତ୍ର। ମହାପ୍ରଭୁ ଏଠାରେ ନିଜେ ସ୍ୱୟଂ ରହିଛନ୍ତି। ପୁରୀ ରେ ରଥଯାତ୍ରା ହେବା ଦ୍ୱାରା ମହାପ୍ରଭୁଙ୍କ ରଥଯାତ୍ରା ହେଲା ବୋଲି ଆମକୁ ମାନିବାକୁ ପଡିବ। ଅନ୍ୟ ସ୍ଥାନ ରେ କେବଳ ମହାପ୍ରଭୁଙ୍କ ବିଗ୍ରହ ଅଛନ୍ତି। ତେଣୁ ଅନ୍ୟ ମନ୍ଦିର ସହିତ ଶ୍ରୀମନ୍ଦିର କୁ ତୁଳନା କରିବା ଠିକ ନୁହେଁ। କୋଭିଡ ମହାମାରୀ ସୁଧୁରିଲେ ଅନ୍ୟ ସ୍ଥାନ ରେ ରଥଯାତ୍ରା ହୋଇ ପାରିବ
। କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ର ରେ ବନ୍ଦ ହୋଇ ପାରିବ ନାହିଁ। ଏଣୁ ଏହି ପରିପ୍ରେକ୍ଷୀରେ ଅନ୍ୟ ସ୍ଥାନ ରେ ରଥଯାତ୍ରା ବନ୍ଦ ହେଲେ ଭକ୍ତ ମାନେ ଏହାକୁ ଗ୍ରହଣ କରିବା ଉଚିତ । ସେପଟେ
ରଥଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି।