ଚତୁର୍ଦ୍ଦାମୁର୍ତ୍ତିଙ୍କୁ ରଥରେ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଆସିଛନ୍ତି ମହାବାହୁ । ଭକ୍ତ ପାଇଁ ରତ୍ନସିଂହାସନ ରୁ ଆସି ରଥାରୂଢ ହୋଇଛନ୍ତି ଶ୍ରୀଜିଉ । ପହଣ୍ଡି ସାରି ରଥରେ ବିରଜାମାନ କରିଛନ୍ତି ପ୍ରଭୁ । ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ରଥରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନରେ ପହଞ୍ଚିବା ପରେ ଶଙ୍କରାଚର୍ୟ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରଥ ପରିକ୍ରମା କରିଛନ୍ତି।
ତେବେ ପୂର୍ବାହ୍ନରେ ବିଗ୍ରହମାନଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଛି। ଏହା ପରେ ମଦନମୋହନ ବିଜେ ନୀତି ପରେ ଛେରାପହଁରା କରାଯିବ। ନୀର୍ଘଣ୍ଟ ସମୟାନୁଯାୟୀ ୨ଟା ୩୦ରେ ଏହି ନୀତି ବଢ଼ି ୪ଟାରେ ରଥଟଣା ହେବାର କାର୍ୟ୍ୟକ୍ରମ ରହିଛି।