କୋର୍ଟ ଭିତରେ ଦୁଇ ଜଣ ବିଚାରପତିଙ୍କୁ ହତ୍ୟା

Two judges were killed inside the court

0

ତେହେରାନରେ ଜଣେ ବ୍ୟକ୍ତି ଇରାନର ସୁପ୍ରିମକୋର୍ଟ ଭିତରେ ପଶି ଗୁଳି ଚଲାଇ ଆକ୍ରମଣ କରିଛି  । ଯେଉଁ ଆକ୍ରମଣରେ ଦୁଇଜଣ ବିଚାରପତିଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଉଭୟ ବିଚାରପତି ଜାତୀୟ ସୁରକ୍ଷା ଏବଂ ଆତଙ୍କବାଦ ମାମଲାର ଶୁଣାଣି କରୁଥିଲେ। ଆଉ ଠିକ୍ ଏତିକି ବେଳେ ହତ୍ୟାକାରୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଏବଂ ନିଜେ ସେଠାରେ ଆତ୍ମହତ୍ୟା କରିଥିଲା।

ଏହି ଆକ୍ରମଣରେ  ଆଉ ଜଣେ ବିଚାରପତି ମଧ୍ୟ ଆହତ ହୋଇଛନ୍ତି। ଏହା ବ୍ୟତୀତ ଜଣେ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ସକାଳ 10: 45 ରେ ଏହି ଆକ୍ରମଣ ହୋଇଥିଲା। ଯେଉଁଥିରେ ସୁପ୍ରିମକୋର୍ଟର ତିନିଜଣ ବିଚାରପତିଙ୍କୁ ଟାର୍ଗେଟ କରାଯାଇଥିଲା। ହେଲେ ଏହି ଆକ୍ରମଣରେ 2ଜଣଙ୍କର ମୃତ୍ୟୁ ହୋଇଥିଲା  ।