ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ,ସାମାଜିକ ଦୁରତ୍ୱ ରକ୍ଷା କରି ଚାଲିଛି କାମ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରଥ ନିର୍ମାଣକୁ ନେଇ କିଛିଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟି ଶୁକ୍ରବାର ରଥଖଳାରେ ଆରମ୍ଭ ହୋଇଛି ତିନିରଥ ନିର୍ମାଣ କାର୍ୟ୍ୟ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରଥ ନିର୍ମାଣ ଲାଗି ଗୁରୁବାର ସର୍ତ୍ତମୂଳକ ଅନୁମତି ଦେବା ପରେ ରାତିରେ ଜିଲାପାଳ ବଲଓ୍ବନ୍ତ ସିଂ ତିନିରଥର ମୁଖ୍ୟ ମହାରଣା ଏବଂ ପରିଚାଳନା କମିଟି ସଦସ୍ୟଙ୍କୁ ଡାକି ଆଲୋଚନା କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଶୁକ୍ରବାର ସକାଳୁ ରଥଖଳାରେ କାମ ଆରମ୍ଭ ହୋଇଛି । ରୂପକାର ସେବକମାନେ ମଧ୍ୟ ରଥଖଳାରେ ପହଞ୍ଚିଛନ୍ତି । ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ପାଳନ କରି ମହାରଣା ସେବକମାନେ କାମ ଆରମ୍ଭ କରିଛନ୍ତି । ବିଶେଷକରି ସାମାଜିକ ଦୂରତା କିପରି ରକ୍ଷା କରିହେବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ମାଣକାରୀ । ରଥଖଳାକୁ କପଡ଼ାରେ ଆବଦ୍ଧ କରାଯାଇ କାମ କରାଯାଉଛି ।