ପ୍ରଥମ ଥର ପାଇଁ ମାଆ ସୁଭଦ୍ରାଙ୍କ ରଥରେ ଦୁଇ ମହିଳା ଡାହୁକ

0

(ମମତା ସାମଲ)ରିପୋର୍ଟସଟୁଡେ: ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ୧୫ଦିନ ଧରି ଅନବସର ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ଦିନସାରା ଶ୍ରଦ୍ଧାଳମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ । ଆସନ୍ତାକାଲି ମା’ ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯିବ।
ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ମା’ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। ପ୍ରଥମ ଥର ପାଇଁ କୋରାପୁଟରେ ଦୁଇଜଣ ମହିଳା(ଝୁନାମଣୀ ତ୍ରିପାଠୀ ଓ ପ୍ରତିମା ଭୋଳ)ଙ୍କୁ ଡାହୁକ ଭାବେ ଦେଖିବାକୁ ମିଳିବ। ସେପଟେ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ମଧ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। କାରିଗରଙ୍କ ଦ୍ୱାରା ରଥକୁ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି।