ଭକ୍ତର ଭାବନା : ଟଙ୍କ ତୋରଣି ବଣ୍ଟନ

0

(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀରେ ରଥଯାତ୍ରାରେ ପ୍ରଥମ ଚରଣ ଆରମ୍ଭ ହୋଇଯାଇଛି । ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ପହଣ୍ଡି ବୀଜେ ନୀତି ଆରମ୍ଭ ହୋଇଛି । ପ୍ରଥମ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଛି । ପ୍ରଥମେ ଚକ୍ରବୀର ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି । ସୁଦର୍ଶନ ରଥରେ ଚଢ଼ି ସାରିଛନ୍ତି । ପରେ ପରେ ବଡ଼ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାକୁଳ ହୋଇ ଚାହିଁ ବସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ତେବେ ଲକ୍ଷାଧିକ ଲୋକଙ୍କ ସମାଗମ ହେତୁ ଜୟଗୁରୁ ଟେକ୍ସଟାଇଲ ପକ୍ଷରୁ ଯୁବପିଢ଼ି ଜଗନ୍ନାଥଙ୍କ ସେବା ସିଧାସଳଖ କରିବା ପାଇଁ ଆରମ୍ଭ କରିଛନ୍ତି ନିଅ।।ରା ପ୍ରୟାସ । ଶତାଧିକ ଲୋକଙ୍କ ଶୋଷ ମେଣ୍ଟାଇ ଜଗନ୍ନାଥଙ୍କ ପାଖରେ ନିଜକୁ ସର୍ମପି ଦେଇଛନ୍ତି । ବିନା ମୁଲ୍ୟରେ ଟଙ୍କ ତେରାଣି ଜନତାଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଏଭଳି ପ୍ରୟାସ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ୧୦ ହଜାର ପୋଲିସ, ୧୪୨ ପ୍ଲାଟୁନ୍ ଫୋର୍ସ, ୨ କଂପାନି ଆର୍ଏଏଫ୍ ଓ ୩ ସ୍ପେସାଲ ଟାକ୍ଟିକାଲ ୟୁନିଟ୍ । ସମ୍ପୂର୍ଣ୍ଣ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିରକୁ ସିସିଟିଭି ନଜରରେ ରଖାଯାଇଛି ।