(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥରେ ଭକ୍ତଙ୍କୁ ଦର୍ଶଦ ଦେବେ ଶ୍ରୀଜିଉ । ମନ୍ଦିର ବାହାରେ ହେବ ଭକ୍ତ ଓ କାଳିଆ ସାଆନ୍ତର ମିଳିନ । ମନ୍ଦିରକୁ ସୁସଜ୍ଜିତ କରାଯାଇଛି ରଥକୁ ମଧ୍ୟ ବେଶ ସୁନ୍ଦର ଭାବେ ସଜାଯାଇଛି । ରଥ ବି ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ଅପକ୍ଷା କେବଳ ରଥରେ କେଉଁ ସମୟରେ ବିରାଜମାନେ କରିବେ ଠାକୁର । ଏନେଇ ନୀତି ନିର୍ଘଣ୍ଟ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ସକାଳ ୬ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ସକାଳ ୭ଟା, ଗୋପାଳ ବଲ୍ଲଭ ଭୋଗ ୮ଟାରୁ ୯ଟା ମଧ୍ୟରେ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୩୦ରୁ ୧୨ଟା ୩୦ ମଧ୍ୟରେ ମହାପ୍ରଭୂଙ୍କ ପହଣ୍ଡି ବିଜେ ହେବ। ୨ଟାରୁ ୩ଟା ମଧ୍ୟରେ ଛେରା ପହଁରା ହେବ। ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା।