ପୁରୀ: ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ନିଆ ଯାଇଛି ବଡ ନିଷ୍ପତି । ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା କାଳରେ ଦୁଇ ବର୍ଷ ହେଲା ବିନା ଭକ୍ତରେ ଗଡୁଥିଲା ରଥ । ଏଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥର ଦେଖିବାକୁ ମିଳିବ ମହାସମାଗମ । ରଥଯାତ୍ରାରେ ସୁରକ୍ଷାକୁ ନଜର ରଖି ପୁରୀରେ ବ୍ୟାପକ ସିସିଟିଭି ଲଗାଇବାକୁ ନିଆଯାଇଛି ନିଷ୍ପତି । କାରଣ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାରୋହ ରହିବାର ଆକଳନ କରାଯାଉଛି । ଏପରିକି ସ୍ୱାସ୍ଥ୍ୟ, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ନଜର ଦିଆଯିବାର ଏହି ସମନ୍ୱୟ ବୈଠକରେ ଆଲୋଚନା ହୋଇଛି । ଏଣୁ ୨୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିୟୋଜିତ କରାଯିବ । ଏଠି ସହ ଶୃଙ୍ଖଳା ଦୃଷ୍ଟିରୁ ୧୦୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବ ।
ଏହି ବୈଠକରେ ରଥକାଠ, ଦଉଡ଼ି ଯୋଗାଣ, ରଥ ନିର୍ମାଣ, ସ୍ୱାସ୍ଥ, ପରିମଳ ଓ ଗମନାଗମନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସେହିପରି ଚଳିତ ବର୍ଷ ସ୍ନାନପୂର୍ଣ୍ଣିମାରେ ମଧ୍ୟ ଭକ୍ତଙ୍କ ସମାଗମ ହେବ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ସହ ସ୍ନାନ ପୂର୍ଣ୍ଣିମା ରୀତି ଅନୁଷ୍ଠିତ ହେବ । ଆଉ ଝଲସିବ ଶ୍ରୀକ୍ଷେତ୍ର ।