ଭକ୍ତ ଓ ଭଗବାନଙ୍କ ମହାମିଳନ

0

(ରିପୋର୍ଟସ ଟୁଡ଼େ / ହରପ୍ରସାଦ ବିଶୋଇ ) : ଭକ୍ତ ପାଇଁ ଚର୍ତୁଦ୍ଦାମୂର୍ତ୍ତି ରଥ ସିଂହାସନ ଛାଡ଼ି ଓହ୍ଲାଇଆସିଛନ୍ତି ବଡ଼ଦାଣ୍ଡକୁ । ଏଥିପାଇଁ ରଥ ପଥ ପ୍ରସ୍ତୁତ ହୋଇ ସାରିଛି । ଶ୍ରୀଜିଉ ପହଣ୍ଡି ସାରି ରଥାରୂଢ ହୋଇଛନ୍ତି । ରଥଯାତ୍ରା ପାଇଁ ପୁରୀ ସମେତ ରାଜଧାନୀରେ ଉତ୍ସବ ମୁଖର ହୋଇଉଠିଛି । ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀକ୍ଷେତ୍ର ରୀତିନୀତି ଅନୁଯାୟୀ ଏଠାରେ ଘୋଷଯାତ୍ରା ହେବ । ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଛି । ରୀତିନୀତି ଅନୁଯାୟୀ ଆଜି ଭୋର ୪:୩୦ରେ ମଙ୍ଗଳ ଆଳତି , ୫ ରୁ ୭ଟା ପର୍ଯ୍ୟନ୍ତ ମହାଅର୍ଚ୍ଚନା, ୮:୩୦ ରେ ବାଳ ଭୋଗ ୯ଟାରେ ରଥ ପ୍ରତିଷ୍ଠା ସମେତ ୧୧ରେ ପହଣ୍ଡିବିଜେ , ୧୨ରେ ରାଜଭୋଗ ଆଳତି ଏବଂ ୧:୩୦ରେ ଛେରାପହରା କରାଯାଇ ୨ ଟାରୁ ୩ ମଧ୍ୟରେ ରଥଟଣା କାର୍ଯ୍ୟ ଆରମ୍ଭ ହାଇ ସଂନ୍ଧ୍ୟା ଋଟାରେ ଯୁନିଟ ୮ ସ୍ଥିତ ଶ୍ରୀ ଗୁଚିଣ୍ଡା ମନ୍ଦିରରେ ରଥ ପହଞ୍ଚିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରଥଷର ଭକ୍ତ ଗୌରବ ନାରାୟଣ ମହାରାଜ ଛେରାପହରା କରିବେ । ରଥଯାତ୍ରା ପରିଚାଳନା କରିବେ ମନ୍ଦିର ସଭାପତି ପ୍ରେମାନନ୍ଦ ଦାସ । ଏଥିରେ ପୋଲିସ କମିଶନର , ଭୁବନେଶ୍ୱର ମଧ୍ୟ ଓ ଉତ୍ତର ବିଧାୟକ , କର୍ପୋରେଟର ମାନେ ଯୋଗ ଦେବା ସହିତ ମହିଳାମାନେ ରଥଟାଣିବେ ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।