(ସୋନପୁର / ଓଓମପ୍ରକାଶ ମିଶ୍ର ) : ଆଜି ଦିନ ର ପରିବେଶ କିଛି ନିଆରା । ଆଜି ନିଜ ଭକ୍ତକୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଉହ୍ଲାଇଛନ୍ତି ବଡ଼ଠାକୁର । ସାଙ୍ଗରେ ଭାଇ ଭଉଣୀଙ୍କୁ ଧରି ନଅ ଦିନ ପାଇଁ ଯିବେ ମାଉସୀ ମା ମନ୍ଦିର । ଅବସର ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ପୁରୀ ସହରରେ ବିପୁଳ ଜନସମାଗମ ହୋଇ ଉଠିଛି । କେବଳ ପୁରୀ ସହର ନୁହେଁ ସୋନୁପରରେ ମଧ୍ୟ ରଥଯାତ୍ରାର ମାହେଲେ ସୃଷ୍ଟି ହୋଇଛି । ସେଠାରେ ମଧ୍ୟ ଆଜି ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଛି । ବାଳିକା ଉଚ୍ଚ ବିଦ୍ୟାଳୟ ଛକ ସିନେମା ହଲ ପାଖରେ ଥିବା ଜଗନ୍ନାଥ ମନ୍ଦିର ଓ ଦଧିବାବନ ମନ୍ଦିରରେ ସନ୍ଧ୍ୟାରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହେବ।ରଥଯାତ୍ରା ମହୋତ୍ସବ ପାଇଁ ମାଉସୀ ମା ମନ୍ଦିର କମିଟି ତରଫରୁ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରା ଙ୍କ ଦର୍ଶନ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି।ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାହୋଇଛି।ଆଜି ସନ୍ଧ୍ୟାରେ ଘଣ୍ଟ, ଶଙ୍ଖ,ଚାମର, ମୁହୁରୀ ବାଦ୍ୟ ରେ ବାହାରି ମନ୍ଦିର ରୁ ରଥରେ ବିରାଜମାନ କରିବେ।ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।