୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ

0

ପୁରୀ: ଶ୍ରୀମନ୍ଦିରରେ ଚାଲିଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । କିନ୍ତୁ ଚଳିତ ମାସରେ ମକର ସଂକ୍ରାନ୍ତି ଏବଂ ଅନ୍ୟ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ଅନୁମାନ କରାଯାଉଛି। ଠିକ ସମୟରେ ନୀତିକାନ୍ତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଛି। ୧୬ରୁ ପୁନର୍ବାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।