ରାଉରକେଲା ପୋଲିସ କୁ ବଡ ସଫଳତା,ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ

0

(ଆଦର୍ଶ ରାଉତ) ରାଉରକେଲା ପୁଲିସ ଏକ ବଡ଼ ଡକୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ୨୧ ଡକାୟତଙ୍କୁ କାବୁ କରିବା ସହିତ ୫ଜଣଙ୍କୁ ଗିରଫ କରିଥିବା ବେଳେ ୧୬ଜଣଙ୍କୁ ଅଟକ ରଖିଛି। ଏଥିସହିତ ସେମାନଙ୍କଠାରୁ ୩୧ ବାଇକ୍‌ ଏବଂ ୮ଟି ସୁନା ଚେନ୍‌ ଓ ଗୋଟିଏ ଅଟୋ ଜବତ କରିଛି। ରାଉରକେଲା ପୁଲିସ ସହିତ ପ୍ଲାଣ୍ଟସାଇଟ୍‌ ପୁଲିସ, ଉଦିତନଗର ପୁଲିସ, ରଘୁନାଥପଲ୍ଲୀ ପୁଲିସ ଏବଂ ଛେଣ୍ଡ ପୁଲିସ ମିଳିତ ଉଦ୍ୟମରେ ଏହି ଡକାୟତି ଗ୍ୟାଙ୍ଗ ଓ ଚେନ୍‌ ଲୁଟେରା ଧରାପଡ଼ିଥିବା କଥା ମଙ୍ଗଳବାର ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀକୁ ଏସ୍‌ଡିପିଓ, ପାନ୍‌ପୋଷ ପି. ସାହୁ, ଆଇପିଏସ୍‌, ଡିଏସ୍‌ପି, ଆଇଆଇ ପି.କେ ମିଶ୍ରା ଡକାଇଥିଲେ। ୨୧ ଡକାୟତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ନାମ ରାକେଶ ସାଗର ବୋଲି ଜଣାପଡ଼ିଛି।
ରାକେଶ ସାଗର ସମେତ ୨୦ଜଣ ଡକାୟତ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଝାଡଖଣ୍ଡର ବିଭିନ୍ନ ଜିଲ୍ଲାରେ ଡକାୟତି କରି ଥାଆନ୍ତି ବୋଲି ରାଉରକେଲା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏମାନେ ସମସ୍ତ ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି କରି ମାତ୍ର ୫ରୁ ୧୦ ହଜାର ମଧ୍ୟରେ ଅନ୍ୟକୁ ବିକ୍ରି କରିଦେଇଥାଆନ୍ତି। ଏହି ଗ୍ୟାଙ୍ଗର ଅନ୍ୟମାନେ ସାମିଲ ଥିବା ସନ୍ଦେହ କରି ରାଉରକେଲା ପୁଲିସ ତଦନ୍ତ ଆରମ୍ଭ କରିଛି।