କଟକ : ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ NAAC A++ ମାନ୍ୟତା ମିଳିଛି। NAAC(National Assessment and Accreditation Council)ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । ନାକ୍ର ଏକ ୫ ଜଣିଆ ଟିମ୍ ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ । ଏହାପରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି।
ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++ ମାନ୍ୟତା ମିଳିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ନାକ୍ ଟିମ୍ ପକ୍ଷରୁ A++ ମାନ୍ୟତା ଦିଆଯାଇଛି। ଯାହାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀ ସମସ୍ତେ ବାଜା ବଜାଇ ନାଗଗୀତରେ ମସଗୁଲ ହୋଇଛନ୍ତି। କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।