ଓଜନ କମାଏ କଞ୍ଚା କଦଳୀ

0

ଭୁବନେଶ୍ୱର; ଆଜିକାଲି ମଣିଷ ନିଜକୁ ଫିଟ୍ ରଖିବାକୁ ଚାହାଁନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଖାଦ୍ୟଠାରୁ ଆରମ୍ଭ ମେଡିସିନ ଖାଉଛନ୍ତି । କିଏ ପତଳା ହେବାକୁ ଚାହୁଁଛନ୍ତି ତ ଆଉ କିଏ ପେଟ କମାଇବାକୁ ଚାହାଁନ୍ତି । ହେଲେ କିପରି ଫିଟ ରହିବେ, ସେଥିପାଇଁ ଚିନ୍ତାରେ ରହୁଥାନ୍ତି । ତେବେ ଏଭଳି କିଛି ଜିନିଷ ଅଛି, ଯାହାକୁ ଦ୍ୱାରା ଆମର କମିଥାଏ । ଦର୍ଶକବନ୍ଧୁ ସାଧାରଣତଃ ଆମେ ଓଡିଶା ଲୋକ ପନିପରିବା ଚାଷ କରି ଖାଇଥାଉ ।ପ୍ରେତ୍ୟକ ହାଣ୍ଡିଶାଳରେ କିଛି ନା କିଛି ପରିବା ରହିଥାଏ । ଯାହା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । କିନ୍ତୁ କେଉଛ ପରିବା ଖାଇଲେ କଣ ହୋଇଥାଏ, ଅଧିକାଁଶ ଲୋକ ଏହା ଜାଣିନଥାନ୍ତି । ଆଜ୍ଞା ପ୍ରେତ୍ୟକଙ୍କ ବାଡିରେ କଦଳୀ ଗଛ ନିଶ୍ଚୟ ଥିବ । କିଏ ତାକୁ ପାଚିଲା କରି ଖାଏ ତ କିଏ କଞ୍ଚା ।ହେଲେ ପାଚିଲା ଆଉ କଞ୍ଚା କଦଳୀ ଖାଇଲେ କଣ ହୁଏ ଆସନ୍ତୁ ଜାଣିବା ।

କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ ।ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

 

କଞ୍ଚା କଦଳୀରେ ଫାଇବର ଓ ସ୍ୱାସ୍ଥ୍ୟକର ଷ୍ଟାର୍ଚ ଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।ନିୟମିତ ଭାବେ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ ।ଏହା ବ୍ୟତୀତ କଞ୍ଚା କଦଳୀ ଅନେକ ପ୍ରକାର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା କଦଳୀରେ ମହଜୁଦ କ୍ୟାଲସିୟମ ହାଡକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।