ପାକିସ୍ତାନ-: ପାକିସ୍ତାନର ରାୱଲପିଣ୍ଡିରେ ଡ୍ରୋନ ଆକ୍ରମଣ । ଏହି ଆକ୍ରମଣ କ୍ରିକେଟ ଷ୍ଟାଡିୟମ ନିକଟରେ ହୋଇଛି । ଆଜି ରାତିରେ ଷ୍ଟାଡିୟମରେ ପାକିସ୍ତାନ ସୁପର ଲିଗର ମ୍ୟାଚ ଖେଳାଯିବାକୁ ରହିଥିଲା । ଡ୍ରୋନ ଆଟାକ ପରେ ଚାରିଆଡେ ଭୟର ବାତାବରଣ ରହିଛି । ସେପଟେ ଡ୍ରୋନ୍ ଆକ୍ରମଣ ପରେ ରାୱଲପିଣ୍ଡି ଛାଡିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ । ସୁପର ଲିଗରେ ଭାଗ ନେଇଥିବା ଖେଳାଳୀଙ୍କୁ ଷ୍ଟାଡିୟମ ଛାଡି ଚାଲିଥିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ବିଦେଶୀ ଖେଳାଳି ପାକିସ୍ତାନ ଛାଡୁଛନ୍ତି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ପାକିସ୍ତାନରେ ପ୍ରବେଶ କରି ଏହାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରୁଛି । ପ୍ରଥମେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ତା’ପରେ କରାଚୀ ଏବଂ ଲାହୋର ଭଳି ପ୍ରମୁଖ ସହରରେ ସିରିଜ୍ ବୋମା ବିସ୍ଫୋରଣ କରିଛି । ଏହି ପରିପ୍ରେକ୍ଷୀରେ, ରାୱଲପିଣ୍ଡିର କ୍ରିକେଟ ଷ୍ଟାଡିୟମଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଖବର ଆସିଛି ।