ମୁମ୍ବାଇ : ଗତ ଫେବୃୟାରୀରେ ୮ରେ ଆରବିଆଇ ରେପୋ ରେଟ୍ ରେ ୦.୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି ପରେ ଋଣ ଉପରେ ସୁଧ ହାର ବଢ଼ାଇବା ସହ ବ୍ୟାଙ୍କ ଜମା ଉପରେ ସୁଧ ହାର ମଧ୍ୟ ବଢ଼ିବାରେ ଲାଗିଛି। ଏସବିଆଇ ବ୍ୟାଙ୍କ ଏହାର ମିଆଦୀ ଜମା ବା ଫିକ୍ସଡ ଡିପୋଜିଟ୍ ହାରକୁ ୨୫ ବେସିସ୍ ପଏଣ୍ଟ ବା ୦.୨୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ୨ କୋଟି ଟଙ୍କା ପର୍ୟ୍ୟନ୍ତ ଏଫଡି ଉପରେ ଏହି ସୁଧ ହାର ବୃଦ୍ଧି କରିଛି ଏସବିଆଇ । ଏସବିଆଇର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରି ୧୫ରୁ ଏଫଡି ଉପରେ ଏସବିଆଇର ସଂଶୋଧିତ ଦର ଲାଗୁ ହୋଇଛି । ଏହି ସୁଧହାର ବୃଦ୍ଧି ପରେ ୧ ବର୍ଷରୁ ୨ ବର୍ଷ ପର୍ୟ୍ୟନ୍ତ ସ୍ଥାୟୀ ଜମା ଉପରେ ୬.୮୦ ପ୍ରତିଶତ ସୁଧ ପ୍ରଦାନ କରିବ ଷ୍ଟେଟ ବ୍ୟାଙ୍କ । ସେହିପରି ୨ ବର୍ଷରୁ ଅଧିକ ଓ ୩ ବର୍ଷରୁ କମ ସ୍ଥାୟୀ ଜମା ଉପରେ ୭ ପ୍ରତିଶତ ସୁଧ ମିଳିବ ।