କ୍ରମାଗତ ତୃତୀୟ ଥର ପାଇଁ ‘ରେପୋ’ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

0

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ ‘ରେପୋ’ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଏହି ଘୋଷଣା ପରେ ଘର, କାର ଋଣ ସମେତ ସମସ୍ତ ପ୍ରକାର ଋଣ ନେଇଥିବା ଋଣଦାତାଙ୍କୁ ଆଶ୍ୱସ୍ତୀ ମିଳିଛି। ପୂର୍ବ ଭଳି ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହବି। ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ‘ରେପୋ ରେଟ୍’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସଂମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି।

ଏ ନେଇ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ‘ରେପୋ ରେଟ୍ ’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରିଛି । ଶକ୍ତିକାନ୍ତ ଦାଶ କହିଛନ୍ତି, ର୍ଥନୀତିରେ ଭାରତର ନିରନ୍ତର ପ୍ରଗତି ହେଉଛି।