ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକ ର ପୁରୁଣାପାଣି ଗ୍ରାମ ପଞ୍ଚାୟତ ର ଆନନ୍ଦପୁର, ଦାଣ୍ଡବୋଷ ଏବଂ କଣ୍ଟାବଣି ଗାଁ କୁ ନେଇ ରୁଙ୍ଗଟା କମ୍ପାନୀ ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତି ପାଇଁ ଆରସିରୁଙ୍ଗଟା କମ୍ପାନୀ ବଦ୍ଧପରିକର l ବିଶିଷ୍ଟ ଶିଳ୍ପପତି ରାମଚନ୍ଦ୍ର ରୁଙ୍ଗଟାଙ୍କ ଉଦ୍ୟମ ରେ ଆରସିରୁଙ୍ଗଟା ଗ୍ରୁପ ଚାରି ଦଶନ୍ଧି ଧରି ଇସ୍ପାତ ଶିଳ୍ପ କାର୍ଯ୍ୟ କରି ଆସୁଛି l ଝାରଖଣ୍ଡ ର ରାମଗଡ଼ ରେ ତିନଟି ସମନିତ ଇସ୍ପାତ କାରଖାନା ରହିଛି, ଯେଉଁଥିରେ ଇସ୍ପଞ୍ଜ ଆଇରନ,ବିଲେଟ ଏବଂ ଟିଏମଟି ରିବାର ଉତ୍ପାଦନ କରାଯାଉଛି l ଏହି ଗୋଷ୍ଠୀ ର ତିନଟି କଇଲା ଖଣି ଚୋରିଟାଣ୍ଡ ତିଲାୟା,ବୋକାର ରେ ରହିଛି ଆଉ ଗୋଟିଏ ପୋଟାଲ ପୂର୍ଵ କୋଇଲା ଖଣି ଏବଂ ଅନ୍ୟ ଗୋଟି ପଲମାଉ ଠାରେ ଲୋହାରୀ ଓପନ କାଷ୍ଟ କୋଇଲା ପ୍ରକଳ୍ପ ରହିଛି.ଏହି କମ୍ପାନୀ ରିଅଲ ଇଷ୍ଟେଟ କ୍ଷେତ୍ରରେ ମଧ୍ୟ ବିବିଧତା ଆଣିଛି.ଏବଂ ହରିୟଣl ର ଗୁଡ଼ଗାଁଓ ରେ ସଫଳତାର ସହ ଆବାସିକ ପ୍ରକଳ୍ପ ବିକଶିତ କରିଛି.ଏହି କମ୍ପାନୀ ରାମଗଡ଼ ରେ ରାମଗଡ଼ ଜିମଖାନ୍ନା କ୍ଳବ ପରିଚାଳନା କରୁଥିବା ଅତିଥିସେବା ଵ୍ୟବସାୟ ରେ ମଧ୍ୟ ଅଛି.ଏହି କମ୍ପାନୀ ମୋହିନୀ ଦେବୀ ମେମରିଆଲ ସ୍କୁଲ (ଆର ସି ରୁଙ୍ଗଟା ମାଆଙ୍କ ନାମରେ ଏକ ଉଚ୍ଚ ମାଧମିକ ବିଦ୍ୟାଳୟ )ପରିଚାଳନା କରେ l ଯେଉଁଠାରେ 1800ଛାତ୍ର ପାଠ ପଢ଼ନ୍ତି ଏବଂ 60 ଶଯ୍ୟା ବିଶିଷ୍ଟ ମୋହିନୀ ଦେବୀ ରୁଙ୍ଗଟା ହସ୍ପିଟାଲ ଉଭୟ ଆରାରିଆ ରେ ଚାଲୁଛି l ଏହି କମ୍ପାନୀ ରାଇରଙ୍ଗପୁର ରେ ଆରଏମପିଏଲ କମ୍ପାନୀ ମାଧ୍ୟମ ରେ ବାର୍ଷିକ 10 ମିଲିୟନ ଟନ କ୍ଷମତା ବିଶିଷ୍ଟ ଏକ ସମନ୍ୱିତ ଇସ୍ପାତ କାରଖାନା 2700କୋଟି ଟଙ୍କା ନିବେଶରେ ଇସ୍ଥାପିତ କରିବାକୁ ଯାଉଛି ଓ ଭବିସତ ରେ ଉତ୍ପାଦନ ବୃଦ୍ଧି କରି 4.0ମିଲିୟନ ଟନ ବାର୍ଷିକ ଉତ୍ପାଦନ କରିବାର ଯୋଜନା ରଖିଛି l ଏହା ଛାଡ 190ମେଗାଉଆଟ କ୍ୟାପଟିଭ ପlୱାର ପ୍ଲାଣ୍ଟ ଇସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି l କମ୍ପାନୀ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକ ର ପୁରୁଣାପାଣି ଗ୍ରାମ ପଞ୍ଚାୟତ ର ଆନନ୍ଦପୁର, ଦାଣ୍ଡବୋଷ ଓ କଣ୍ଟାବଣି ଗ୍ରାମ ରେ ଜମି ଅଧିଗ୍ରହଣ କରିବ l ପ୍ରସ୍ତାବିତ ଇସ୍ପାତ କାରଖାନା ରେ ପେଲେଟ,ଇସ୍ପାଞ୍ଜ ଆଇରନ,ପିଗ ଆଇରନ,ବିଲେଟ,ଟିଏମଟିରିବାର ଏବଂ ଡିଆଇ ପାଇପ ଉତ୍ପାଦନ କରାଯିବ l ଆର ଏମପିଏଲ ଦ୍ୱାରା ପ୍ରସ୍ତାବିତ ପ୍ଲାଣ୍ଟ l ଲିମିଟେଡ଼ (ଆରଏମପିଏଲ )ପାଖାପାଖି 7500ଲୋକଙ୍କୁ ନଯୁକ୍ତି ପ୍ରଦାନ କରିବ ଏବଂ ପୁରୁଣାପାଣି ଗ୍ରାମ ପଞ୍ଚାୟତର ତଥା ଆଖପାଖ ର ଅନ୍ୟ ଗ୍ରାମ ପଞ୍ଚାୟତ ଗୁଡିକର ଗ୍ରାମ ବାସୀଙ୍କୁ ପ୍ରଥାମିକତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବ l ଆରଏମ ପିଏଲ ସରକାରଙ୍କ ସମ୍ପୂକ୍ତ ବିଭାଗ ଗୁଡିକ ସହିତ କାର୍ଯ୍ୟ ଆରମ୍ଭ କରିଛିl