ଘର ମାଲିକଙ୍କୁ ମିଳିବ ଆଶ୍ୱସ୍ତି, ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

0

କଟକ : ଏଣିକି ରାଜଧାନୀ ଭୁବନେଶ୍ୱରରେ ଘର ମାଲିକଙ୍କୁ ମିଳିବ ଆଶ୍ୱସ୍ତି । ହାଇକୋର୍ଟ ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । ବିଏମସି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ୟ୍ୟନ୍ତ ଯାଇଥିଲେ ।ଏହାପରେ ଭୁବନେଶ୍ୱର ମହାନଗର ନିଗମକୁ ଶକ୍ତ ଝଟକା ଲାଗିିଛି । ବର୍ଦ୍ଧିତ ଦରରେ ବିଏମସି ହୋଲଡିଂ ଟିକସ ଆଦାୟ କରି ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ।ହୋଲଡିଂ ଟିକସ ପ୍ରସଙ୍ଗରେ ୨୦୨୧ ଏପ୍ରିଲ ୨୨ତାରିଖରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଏସଏଲପି ଗତ ନଭେମ୍ବର ମାସରେ ଖାରଜ ହୋଇଯାଇଥିଲା । ପୁର୍ବରୁ ବିଏମସି ଅନେକ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ହୋଲଡିଂ ଟିକସ ଆଦାୟ କରିଥିଲା । ହାଇକୋର୍ଟଙ୍କ ନିର୍ଦେଶ ପରେ ଭୁବନେଶ୍ବର ବାସିନ୍ଦା ହୋଲଡିଂ ଟିକସର ଅତିରିକ୍ତ ବୋଝରୁ ଆଶ୍ବସ୍ତି ହୋଇଥିବା ଜଣାପଡିଛି ।