(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସାମଗ୍ରୀ: ବୋନ୍ଲେସ୍ ଚିକେନ୍ – ୫୦୦ ଗ୍ରାମ୍, କଟା ପିଆଜ- ୨ଟି, ହଳଦୀ ଗୁଣ୍ଡ – ୧ ଚାମଚ, ଲୁଣ ସ୍ଵାଦଅନୁସାରେ,ଟମାଟୋ -୧ଟ, କଞ୍ଚା ଲଙ୍କା – ୩ଟି
ପ୍ରଣାଳୀ
୫୦୦ ଗ୍ରାମ୍ ଚିକେନ୍କୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏବେ ଏଥିରେ ଗୋଟେ ଚାମଚ ହଳଦୀ ଗୁଣ୍ଡ, ଅଦା ଓ ରସୁଣ ବଟା, ଲଙ୍କା ଗୁଣ୍ଡ, କଞ୍ଚା ପିଆଜ କଟା ପକାଇ ଚିକେନ୍କୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା କଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଚିକେନ୍କୁ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଦୁଇ ଚାମଚ ତେଲ ପକାଇ ମ୍ୟାରିନେଟ୍ କରିଦେବେ।
ଏବେ ଗ୍ୟାସ୍ ଲଗାଇ ଗୋଟେ କଡ଼େଇ ବସାଇବେ। ଏବେ କଡ଼େଇରେ ଦୁଇ କପ୍ ପାଣି ଢାଳି ଫୁଟିବା ପାଇଁ ଛାଡ଼ିଦେବେ। ପାଣି ଫୁଟିଗଲେ ଏଥିରେ ଦୁଇ ଚାମଚ ତେଲକୁ ପାଣିରେ ପକାଇବେ। ଏବେ ଏଥିରେ ମ୍ୟାରିନେଟ୍ କରିଥିବା ଚିକେନ୍କୁ ପକାଇ ଘୋଡ଼ାଇ ଦେବେ। ୫ ମିନିଟ୍ ପରେ ଟମାଟୋ ପକାଇବେ। ଫୁଟିଗଲା ପରେ ଏହାକୁ ଏକ ଢାଙ୍କୁଣୀରେ ଘୋଡ଼ାଇ ଦେବେ। ପାଣି ମରିଗଲେ ଶେଷରେ ଧନିଆ ପତ୍ର କଟା ପକାଇବେ। ଏବେ ପ୍ରସ୍ତୁତ ହୋଇଗଲା ବଏଲ ଚିକେନ୍। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର।