ମାଛ ମଞ୍ଜି କୋପତା କରି

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକ ସାମଗ୍ରୀ: ମାଛ ମଞ୍ଜି ୨୫୦ ଗ୍ରାମ , ପିଆଜ ୨ ଟା , ଟମାଟୋ ୧ଟା, ଅଦା ବଟା ୧ ଚାମଚ, ରସୁଣ ବଟା ୧ ଚାମଚ, ଲଙ୍କାଗୁଣ୍ଡ ୧ ଚାମଚ, ଧନିଆଗୁଣ୍ଡ ୧ ଚାମଚ , ହଳଦୀ ଗୁଣ୍ଡ ୧ ଚାମଚ, ରିଫାଇନ ତେଲ ୧ କପ, କଟା ଧନିଆପତ୍ର , ଅଳ୍ପ କିଛି ବେସନ ୪ ଚାମଚ, ଗରମ ମସଲା ଗୁଣ୍ଡ ୧ ଚାମଚ, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ଲୁଣ , ହଳଦୀ ଗୁଣ୍ଡ , କଟା ଧନିଆପତ୍ର , କଟା ପିଆଜ , କଟା କଞ୍ଚାଲଙ୍କା, କଟା ଅଦା , କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ବେସନ ୪ ଚାମଚ ଗୋଳାଇ ଭଲ ଭାବରେ ଚକଟି ତେଲରେ କୋବତା ଆକରରେ ଛାଣି ରଖନ୍ତୁ ।
ଅନ୍ୟ ଏକ କଡ଼ାଇରେ ତେଲ ଗରମ କରି ତେଜପତ୍ର , କଟା ପିଆଜ , କଟା ଟମାଟୋ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
ବର୍ତମାନ ଏଥିରେ ରସୁଣ ବଟା , ଅଦାବଟା , ଧନିଆଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧ କପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ । ମସଲା ଭାଜି ହୋଇ ତେଲ ଉପରକୁ ଉଠି ଆସିଲେ ୨ କପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଭଲ ଭାବରେ ଫୁଟିଗଲେ ଧିମି ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା କୋବତା ଗୁଡ଼ିକୁ ପକାଇ ଢାଙ୍କୁଣି ଘୋଡ଼ାଇ ୫ ର ୧୦ ମିନିଟ ରଖନ୍ତୁ ।
ମାଛ ମଞ୍ଜି କୋବତା ଗୁଡ଼ିକ ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରିବେଷଣ କାନ୍ତୁ ମାଛ ମଞ୍ଜି କୋବତା କରି ।