କୋହଲା ପାଗରେ ପ୍ରସ୍ତୁତ କରନ୍ତୁ ଟମାଟୋ ସେଉ ଚାଟ୍

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଜି ହିଁ ପ୍ରସ୍ତୁତ କରନ୍ତୁ ଟମାଟୋ ସେଉ ଚାଟ୍। ଏହା ଖାଇବାକୁ ଚାଟର ସ୍ଵାଦ ଭଳି ଲାଗିବ। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସହଜ। ଆପଣ ଏହାକୁ ଟିଫିନରେ ଖାଇ ପାରିବେ। ତେବେ ଧ୍ୟାନ ରଖିବେ ଏହାକୁ ପ୍ରସ୍ତୁତ କରିବା ପରେ ଖାଇବା ପୂର୍ବରୁ ସଙ୍ଗେ ସଙ୍ଗେ ଛଣା ସେଉ ପକାଇବେ।
ଆବଶ୍ୟକୀୟ ସାମଗ୍ରୀ- ୧ କପ୍ ଛଣା ସେଉ, ୨ କପ୍ ଟମାଟୋ କଟା, ୨ ଟେବୁଲ ସ୍ପୁନ ତେଲ, ଅଧା ଟି ସ୍ପୁନ ଜିରା, ଅଧା ଟିସ୍ପୁନ ହିଙ୍ଗୁ, ଅଧା ଟିସ୍ପୁନ କଟା ଅଦା, ଅଧା ଟିସ୍ପୁନ ହଳଦୀ ଗୁଣ୍ଡ, ଏକ ଟିସ୍ପୁନ ଜିରା ଧନିଆ ଗୁଣ୍ଡ, ଏକ ଟିସ୍ପୁନ ଲଙ୍କା ଗୁଣ୍ଡ, ଲୁଣ ସ୍ଵାଦ ଅନୁସାରେ।
ବିଧି- ଏକ କଢାଇରେ ତେଲ ଗରମ କରି ଜିରା ଓ ଅଦା ପକାନ୍ତୁ। ଏଥିରେ ଟମାଟୋ, ହଳଦୀ ଗୁଣ୍ଡ, ଧନିଆ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାନ୍ତୁ। ମଝିରେ ମଝିରେ ଏହାକୁ ଘାଣ୍ଟନ୍ତୁ। ୮ରୁ ୧୦ ମିନିଟ୍ ଭାଜି ହେଲା ପରେ ଆଂଚ ବନ୍ଦ କରି ଛଣା ସେଉ ପକାନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି କଟା ଧନିଆ ପକାଇ ପରଷି ଦିଅନ୍ତୁ।