କ୍ରିସପି ଆମେରିକାନ ଚପ୍‌ସୀ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଜିକାଲି ପ୍ରାୟ ସମସ୍ତଙ୍କ ପସନ୍ଦ ନୁଡୁଲ୍ସ । ନୁଡ଼ୁଲ୍ସ ରେ ବିଭିନ୍ନ ପ୍ରକାର ଆଇଟମ ପ୍ରସ୍ତୁତ କରି ଖାଇଥିବେ । ତେବେ ଆଜି ଆସନ୍ତୁ ନୁଡ଼ୁଲ୍ସକୁ ବ୍ୟବହାର କରି ପ୍ରସ୍ତୁତ କରିବା କ୍ରିସପି ଆମେରିକାନ ଚପ୍‌ସୀ ।
ପ୍ରଥମେ ନୁଡୁଲ୍ସକୁ ପାଣିରେ ସିଝାଇ ଦିଅନ୍ତୁ। ଏହି ସମୟରେ ଆପଣ ୧ ଚାମଚ ତେଲ ଏବଂ ଅଧ ଚାମଚ ଲୁଣ ଏଥିରେ ପକାଇଦିଅନ୍ତୁ। ନୁଡୁଲ୍ସ ସିଝିଯିବା ପରେ ଏହାକୁ ଛାଣିଦିଅନ୍ତୁ। ଛାଣି ସାରିବା ପରେ ଥଣ୍ଡା ପାଣିରେ ପକାଇ ଦିଅନ୍ତୁ। ନୁଡୁଲ୍ସ ଥଣ୍ଡା ହେବା ପରେ ଏଥିରେ ଦେଢ ଚାମଚ କର୍ନଫ୍ଲୋର ମିଶାଇ ଦିଅନ୍ତୁ। ଏବେ ଗରମ ତେଲରେ ତେଲରେ ନୁଡୁଲ୍ସ ଗୋଳାଇ ଦିଅନ୍ତୁ। ନୁଡୁଲ୍ସକୁ ଭଲ ଭାବେ କ୍ରିସ୍ପ ହେବା ପର୍ୟ୍ୟନ୍ତ ଭାଜିଦିଅନ୍ତୁୁ। ଏବେ ଗରମ ତେଲର ଗାଜର, ବିନ୍ସ, ଶିମଲା ଳଙ୍କା, ପତ୍ରକୋବି ଏବଂ ମୁଗ ଡାଲି ପକାଇ ଦିଅନ୍ତୁ। ସମସ୍ତ ପରିବାକୁ ୨ ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ। ଏବେ ସବୁ ପରିବାରେ ଏକ କପ୍‌ ପାଣି, ସୋୟା ସସ୍‌, ଚିଲିସସ୍‌, ଟମାଟର ସସ୍‌, ମିଠା ତୁଳସୀ, ସିରକା ଏବଂ ୧ କପ୍‌ କର୍ନଫ୍ଲୋରକୁ ୨/୩ ଚାମଚ ପାଣିରେ ଗୋଳାଇ ମିଶାଇ ଦିଅନ୍ତୁ। ଏହାକୁ ପକାଇବା ପରେ ୨/୩ ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ପରିବା ଏବଂ ନୁଡୁଲ୍ସକୁ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କ୍ରିସପି ଆମେରିକାନ ଚପ୍‌ସୀ।