ଦିଲ୍ଲୀରେ ଚମକିଲେ ଉପାନ୍ତ ମାଲକାନଗିରି ଜିଲ୍ଲାର ଏମଭି 79 ଯୁବକ ସୁରଜ କୁମାର ବେହେରା। ସେ ଆଇ ଆଇ ଏମସିରେ ଓଡ଼ିଆ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାରୀ କରିଥିବାରୁ ତାଙ୍କୁ ଆଇ ଆଇ ଏମ୍ ସି ସମ୍ମାନ ରେ ସମ୍ମାନିତ କରାଯାଇଛି। ନୂଆ ଦିଲ୍ଲୀ ସ୍ଥିତ ଗାନ୍ଧି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା 56 ତମ ଦକ୍ଷୀଣା ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବଙ୍କ ଦ୍ୟାରା ସମ୍ମାନିତ ହେଲେ ମାଲକାନଗିରି ର ଯୁବକ ସୁରଜ। ସୁରଜ ଙ୍କୁ ପୁରସ୍କାର ପ୍ରଦାନ ସମୟରେ ଶୁଭେଚ୍ଛା ଓ କରତାଳିର ସୁଅ ଛୁଟି ଥିଲା।
ସୁରଜ ପିଲାଟି ଦିନରୁ ସାମ୍ବାଦିକତା ପ୍ରତି ରୁଚି ରଖି ଆସୁଥିଲେ। ସେ ପୁର୍ବରୁ ପାଠ ପଢିବା ସମୟରୁ ହିଁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ନିଜର ଲେଖା ପ୍ରକାଶନ କରାଇ ଆସୁଥିଲେ। ସେ ପୂର୍ବରୁ ଜାତୀୟ ପ୍ରେସ ଦିବସରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବାଚସ୍ପତି ସୁରମା ପାଢୀ ଙ୍କ ଦ୍ଵାରା ଦିଲୀପ ଶତପଥୀ ସ୍ମାରକୀ ସମ୍ମାନ, ବରେନ୍ଦ୍ର କୃଷ୍ନ ଧଳ ସମ୍ମାନ, ରାଧାନାଥ ରଥ ସମ୍ମାନ ଆଦି ପାଇଛନ୍ତି।
ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ମାଲକାନଗିରି ଜିଲ୍ଲାରେ ମଧ୍ୟ ସୁରଜ ନିଜର ଏକ ଭିନ୍ନ ପରିଚୟ ସୃଷ୍ଠି କରିପାରିଛନ୍ତି। କେବଳ ସାମ୍ବାଦିକତା ନୁହଁ ସମାଜ ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ନିଆରା ଛାପ ରହିଛି। ପ୍ରତି 3 ମାସକୁ ଠାରେ ରକ୍ତ ଦାନ ଓ ଅଜ୍ଞ ଦାନ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି ସୁରଜ।ସୁରଜ ଙ୍କ ସଫଳତା ପାଇଁ ଏମଭି 79 ଅଞ୍ଚଳରେ ତାଙ୍କର ପରିବାର ସାଙ୍ଗ ସାଥି ବେଶ ଖୁସି ଥିବା କହିଛନ୍ତି। ଏଥି ସହ ବିଭିନ୍ନ୍ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।