ଜିଲ୍ଲା ପ୍ରଶାସନ ସହଯୋଗରେ ଘରୋଇ କମ୍ପାନୀର ନିଯୁକ୍ତିମେଳା

0

ଯୋଡ଼ା /ରମେଶ ଚନ୍ଦ୍ର ମହାପାତ୍ର : କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜକଙ୍କ ସହଯୋଗରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ଯୋଡ଼ାରେ ବ୍ଲକ୍ ସ୍ତରୀୟ ନିଯୁକ୍ତି ମେଳା  ଅନୁଷ୍ଠିତ ହୋଇଯାଇଛି । ଭିଡେଞ୍ଚର୍ ଏକ୍ଜିକ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ ନାମକ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ନିଯୁକ୍ତି ମେଳାରେ ଘରୋଇ ରୋଗୀ ସେବା, ଘରୋଇ ନର୍ସ, ସିକ୍ୟୁରିଟି ଗାର୍ଡ, ସିଲାଇ ମେସିନ ଅପରେଟର ଓ ସଫେଇ କର୍ମଚାରୀ ପଦବୀ ପାଇଁ ମନୋନୀତ କରାଯାଇଥିଲା । ୩୦ ରୁ ଅଧିକ ଯୁବକ ଯୁବତୀଙ୍କୁ ଚୟନ କରାଯାଇଥିଲାବେଳେ, ଏମାନଙ୍କୁ ଭୁବନେଶ୍ୱରରେ ନିଯୁକ୍ତି ଦିଆଯାଇ ଦରମା ସହିତ ଖାଇବା ଓ ରହିବା ମାଗଣା ଦିଆଯିବ ବୋଲି ସଂସ୍ଥାର ଅଧିକାରୀ ସୂଚନା ଦେଇଛନ୍ତି ।