ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟ ସରକାର ଆୟୋଜନ କରିବେ ନିଯୁକ୍ତି ମେଳା। ନିଯୁକ୍ତି ମେଳା ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିବେ ସରକାର। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବା ନେଇ ନିଷ୍ପତି ହୋଇଛି। ପ୍ରଥମ ନିଯୁକ୍ତି ମେଳାରେ ନିକଟରେ ବିଜ୍ଞପ୍ତି ପାଇଥିବା ୧୮ ହଜାର କନିଷ୍ଠ ଶିକ୍ଷକଙ୍କ ସହ ଅନ୍ୟ ବିଭାଗର ମୋଟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବ ବୋଲି ସୂଚନା ମିଳିଛି। ଖାଲି ଥିବା ପଦବୀ ସ୍ଥାନରେ ନିଯୁକ୍ତି ଦେବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। କମିଟିର ଅନୁମୋଦନ ପରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ପତ୍ର ବାଣ୍ଟିବେ ସରକାର।