ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ

0

ମାଲକାନଗିରି : ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ ।    ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି ।