ବ୍ୟୁରୋ : ଆଜି ‘ବିଶ୍ବ ରେଡ୍କ୍ରସ୍ ଦିବସ’ । ମାନବିକ କାର୍ଯ୍ୟ ମାଧ୍ୟମରେ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ୍କ୍ରସ୍ ଆନ୍ଦୋଳନ ଉତ୍ସର୍ଗୀକୃତ। ତେବେ ସମାଜ ପ୍ରତି ରେଡ୍କ୍ରସ୍ର ଅବଦାନକୁ ସ୍ମରଣ କରିବା ଲାଗି ଏହାର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଜନ୍ ହେନେରି ଡୁରାଣ୍ଟଙ୍କ ଜନ୍ମ ଦିନ ମେ’ ୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହା ମଧ୍ୟ ମାନବିକତାର ଆତ୍ମସତ୍ତାକୁ ଉଜ୍ଜୀବିତ ରଖିବା ସହ ନିଜ ସମ୍ପ୍ରଦାୟରେ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାର ଏକ ଅବସର। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି, ‘ରେଡକ୍ରସ ଆନ୍ଦୋଳନର ସାର୍ବଜନୀନ, ମାନବୀୟ ଓ ବିବିଧ ଦିଗର ଗୁରୁତ୍ବାରୋପ କରିବା’।