ପୁଷ୍ପା-୨ ସୁଟିଂ ଲାଗି ପହଞ୍ଚିଲା ଲାଲ ଚନ୍ଦନକାଠ
ମାଲକାନଗିରି ଜିଲ୍ଲା ସୀମାନ୍ତରେ ପଷ୍ପା-୨ ପାଇଁ କୃତିିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି
ମାଲକାନଗିରି: ବେଶ୍ ଲୋକପ୍ରିୟ ‘ଚଳଚ୍ଚିତ୍ର ପୁଷ୍ପା ଦ ରାଇଜ’ ଦ୍ୱିତୀୟ ଭାଗ ‘ପୁଷ୍ପା ଦ ରୁଲ୍’ ମାଲକାନାଗିତି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି ।ଏନେଇ ମାଲକାନଗିରି ଜିଲ୍ଲା ସୀମାନ୍ତରେ ପଷ୍ପା-୨ ପାଇଁ କୃତିିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି ।କେବଳ ଯେ କୃତିମ ଲାଲ ଚନ୍ଦନ କାଠ ନୁହେଁ ତା ସହିତ ପାହାଡ ସୃଷ୍ଟି ପାଇଁ କୃତିମ ପଥର ଓ କୃତିମ ଗଛ ଓ କାଠ ଗଣ୍ଡି ମଧ୍ୟ ସେଠାରେ ପହଞ୍ଚି ସାରିଛି। ଏଥିସହ ସୁଟିଂ ଷ୍ଟେଜ ପାଇଁ ବ୍ୟବହୃତ ଅନ୍ୟାନ ସାମଗ୍ରୀକୁ ମଧ୍ୟ ସେଠାକୁ ଆଣିଥିବାର ଦେଖିବାକୁ ମିଳିଛି। ନଦୀ କୂଳରେ ସେହି ଚନ୍ଦନ କାଠକୁ ରଖାଯାଇଥିବା ବେଳେ ଅନ୍ୟାନ ସାମ୍ରଗ୍ରୀ ମଧ୍ୟ ପହଞ୍ଚିବାରେ ଲାଗିଛି। ସୁଟିଂ ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ରହିଥିବା ବେଳେ ଚଳଚ୍ଚିତ୍ରର ପ୍ରଯୋଜନା ଟିମ୍ ଆଜି ମଧ୍ୟ କେଉଁ ସ୍ଥାନରେ ସୁଟିଂର କେଉଁ ଦୃଶ୍ୟ ରହିବ ସେ ନେଇ ବୁଲି ଦେଖିଛନ୍ତି।
ମାଲକାନଗିରି ସୀମାନ୍ତରେ ଏହି ନଦୀରେ ଲାଲ ଚନ୍ଦନ କାଠକୁ କିଭଳି ଚୋରା ଚାଲାଣ କରାଯିବ ଓ ପାଣିରେ ସେହି ଚନ୍ଦନ କାଠକୁ କିଭଳି ପାର କରାଯିବ ତାହାର ସୁଟିଂ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିସହ ସେହି କାଠକୁ ଟ୍ରକ ସାହାଯ୍ୟରେ ଲୋଡ କରି ଅନ୍ୟତ୍ର ସ୍ଥାନାନ୍ତର କରିବାର ଦୃଶ୍ୟକୁ ସୁଟିଂ କରିବାର ରହିଥିବା ଜଣାପଡିଛି।