ଭୁବନେଶ୍ୱର: ଏଥର କମିବ ଆଇସୋଲେସନ ଅବଧି । ଆଉ କ୍ୱାରାଣ୍ଟାଇନରେ ରହିବାକୁ ପଡିବନି ୭ ଦିନ । ଏବେ ଏହି ସମୟସୀମାରେ ଆସିଛି ପରିବର୍ତ୍ତନ । ୭ଦିନ ବଦଳରେ ୫ ଦିନ ହେବ ଆଇସୋଲେସନ । ରାଜ୍ୟର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ୨ ଦିନ କମାଇବା ପାଇଁ ଆଲୋଚନା ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ୧୫ ଦିନ ପୂର୍ବରୁ ହୋମ୍ ଆଇସୋଲେସନ ସମୟ ୫ ଦିନ କଲେ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ବା ସିଡିସି । ଧିରେ ଧିରେ ଅନ୍ୟ ଦେଶ ହୋମ୍ ଆଇସୋଲେସନ ଅବଧି କମାଇପାରନ୍ତି ।
ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ମଧ୍ୟରେ ରହିଛି । ସେପଟେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି । ଜେନେରାଲ ବେଡ଼ ୯ ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟ୍ରିକ୍ ଆଡମିସନ ବହୁତ କମ୍ ରହିଛି ।