ଝାରସୁଗୁଡ଼ାରେ ହେବ ଉପନିର୍ବାଚନ ଏନେଇ ପ୍ରକ୍ରିୟା ଆରମ୍ଭ

0

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ପାଇଁ ଜାରି ହୋଇଛି ବିଜ୍ଞପ୍ତି | ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବଦାସଙ୍କ ପରଲୋକ ପରେ ଝାରସୁଗୁଡ଼ାରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଝାରସୁଗୁଡ଼ା ବିଧାସନଭା ଆସନ ଖାଲିହେବା ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରିଛନ୍ତି ବିଧାନସଭା ସଚିବ | ସୂଚନାନୁସାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ବିୟୋଗରେ ସ୍ତବ୍ଦ ହୋଇଯାଇଛି ରାଜ୍ୟ ରାଜନୀତି |ମନ୍ତ୍ରୀ ନବଦାସ ଝାରସୁଗୁଡ଼ାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଏସ ଆଇ ଗୋପାଳ କୃଷ୍ଣ ସର୍ବସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି | ସେଥିପାଇଁ ବିଧାନସଭା ଆସନ ଖାଲି ପଡିଛିଓ ଉପନିର୍ବାଚନ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି |