ଆଦର୍ଶ ରାଉତଭୁବନେଶ୍ୱର: ଆଜି ଗୃହର ପ୍ରଶ୍ନ କାଳରେ ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ବ୍ଲକ ପୁନର୍ଗଠନକୁ ନେଇ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ୨୦ ବର୍ଷ ଶାସନ କାଳରେ କେତେଥର ବ୍ଲକ ପୁନର୍ଗଠନ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିଥିଲେ । ଏହା ଉପରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବିଜେଡି ସରକାରରେ ୨ ଥର ବ୍ଲକ ପୁନର୍ଗଠନ କରାଯାଇଛି । ତେବେ ପ୍ରଫୁଲ୍ଲ ଯୁକ୍ତି ବାଢିଛନ୍ତି ଭୋଗରାଇ ଓ ବଡଚଣା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖା ବ୍ଲକ ରହିଛି । ଏହା ଦ୍ୱାରା ସେହି ଅଞ୍ଚଳର ଜନସାଧାରଣଙ୍କ ନିକଟକୁ ସରକାରୀ ଯୋଜନା ଓ ଅଧିକାରୀ ପହଞ୍ôଚବା କଷ୍ଟକର ହେଉଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରଫୁଲ୍ଲଙ୍କୁ ସମର୍ଥନ ଜଣାଇ ମାଲକାନଗିରିର ସମସ୍ୟା ଉଠାଇଛନ୍ତି ।
ଆଜି ପ୍ରଶ୍ନକାଳରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜେନା ଗୃହକୁ ଜଣାଇଥିଲେ, ଗତ ୨୦ ବର୍ଷ ମଧ୍ୟରେ ୨ ଥର ବ୍ଲକ ପୁନର୍ଗଠନ ହୋଇଛି । ପ୍ରଫୁଲ୍ଲ କହିଥିଲେ ରାଜ୍ୟରେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଭୋଗରାଇ ଓ ବଡଚଣା ଅନ୍ୟତମ । ଏହି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଁଏ ବ୍ଲକ ରହିଛି । ତେଣୁ ସେହି ଅଞ୍ଚଳରେ ଜନସାଧାରଣଙ୍କ ନିକଟକୁ ସରକାରୀ ଯୋଜନା ଓ ଅଧିକାରୀ ପହଞ୍ôଚବା କଷ୍ଟକର ହେଉଛି । ତେଣୁ ଏହାକୁ ନଜରରେ ରଖି ସରକାର ତରଫରୁ ପୁନଃ ଗଠନ କରିବାକୁ ହେବ ।
ଏହାକୁ ସମର୍ଥନ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପକ୍ଷ ରଖିଥିଲେ ଯେ, ମାଲକିନିଗିରି ଜିଲ୍ଲାରେ କିଛି ବ୍ଲକର ଭୌଗୋଳିକ ମାନଚିତ୍ର ଠିକ ନାହିଁ । ବ୍ଲକଠାରୁ ଗୋଟିଏ ଲେଖା ଗାଁ ପାଖାପାଖି ୧୫୦ କି.ମି ଦୂରରେ ଅବସ୍ଥିତ । ତେଣୁ ଏହି ସବୁ ଅଞ୍ଚଳରେ ବ୍ଲକ ପୁନର୍ଗଠନ କରିବା ଆବଶ୍ୟକ । ବିଜେଡି ବିଧାୟକ ଅନନ୍ତ ଦାସ କହିଛନ୍ତି, ରାଜ୍ୟର ସର୍ବବୃହତ୍ତ ବ୍ଲକର ପ୍ରତିନିଧିତ୍ୱ କରନ୍ତି । ସେ ବ୍ଲକ ପୁନର୍ଗଠନ ନେଇ ପୂର୍ବରୁ ମଧ୍ୟ ଗୃହରେ ଦାବି ରଖିଛନ୍ତି । ଏଦିଗରେ ସରକାର ପଦକ୍ଷେପ ନିଅନ୍ତୁ ।